ବିଏସସି ନର୍ସିଂ କରିପାରିବେ ଆର୍ଟସ ଓ କମର୍ସ ବିଦ୍ୟାର୍ଥୀ l

0
666

ନୂଆଦିଲ୍ଲୀ : ପ୍ରଚଳିତ ଶୈକ୍ଷଣିକ ବ୍ୟବସ୍ଥା ଅନୁସାରେ, ଯଦି ଆପଣ ଦ୍ବାଦଶ ଶ୍ରେଣୀରେ ଆର୍ଟସ କିମ୍ବା କମର୍ସ ଷ୍ଟ୍ରୀମ ନେଇ ପଢିଛନ୍ତି ତେବେ ସାଇନ୍ସରେ ବ୍ୟାଚଲର ଡିଗ୍ରୀ କରିପାରିବେ ନାହିଁ। କିନ୍ତୁ ଆଗାମୀ ସମୟରେ ଆପଣଙ୍କୁ ଏହି ସୁଯୋଗ ମିଳିପାରେ। ଏଥିପାଇଁ ପ୍ରସ୍ତାବ ତିଆରି କରି ସରକାରଙ୍କ ପାଖକୁ ମଞ୍ଜୁରୀ ପାଇଁ ପଠାଯାଇଛି। ଯଦି ଏହି ପ୍ରସ୍ତାବ ମଞ୍ଜୁର ହୋଇଯାଏ ତେବେ ବିଜ୍ଞାନ(ସାଇନ୍ସ) ବ୍ୟତୀତ କଳା ଓ ବାଣିଜ୍ୟରେ ଦ୍ବାଦଶ ଶ୍ରେଣୀ ପଢିଥିବା ବିଦ୍ୟାର୍ଥୀଙ୍କୁ ମଧ୍ୟ ବିଏସସି ନର୍ସିଂ ପାଠ୍ୟକ୍ରମରେ ପ୍ରବେଶ କରିବାର ସୁଯୋଗ ମିଳିବ।ଏଥିପାଇଁ ଭାରତୀୟ ନର୍ସିଂ ପରିଷଦ ପ୍ରସ୍ତାବ ପାସ୍ କରିଛି। ପରିଷଦ ଏଭଳି ପ୍ରସ୍ତାବ ଉପରେ ଲୋକଙ୍କୁ ପ୍ରତିକ୍ରିୟା ଓ ପରାମର୍ଶ ଦେବାକୁ ମଧ୍ୟ କହିଛି। ପ୍ରତିକ୍ରିୟା ଓ ପରାମର୍ଶ ୨୪ ଜାନୁଆରୀ ୨୦୨୦ ସୁଦ୍ଧା ଇମେଲ ଜରିଆାରେ ପଠାଇ ପାରିବେ। ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ବାୟୋଲୋଜି ବିଷୟ ନେଇ ଦ୍ବାଦଶ ଶ୍ରେଣୀ ପଢୁଥିବା ବିଦ୍ୟାର୍ଥୀ ଏହି ପାଠ୍ୟକ୍ରମରେ ପ୍ରବେଶ ପାଇବାକୁ ଯୋଗ୍ୟ ରହିଛନ୍ତି। ବିଏସସି ନର୍ସିଂ ୪ ବର୍ଷର ଡିଗ୍ରୀ ପୋଗ୍ରାମ। ଏଥିରେ ମୋଟ୍ ୮ଟି ସେମିଷ୍ଟର ରହିଛି। ଛାତ୍ରଛାତ୍ରୀଙ୍କୁ ରେଜିଷ୍ଟରଡ୍ ନର୍ସ ହେବାପାଇଁ ପ୍ରସ୍ତୁତି କରାଯାଇଥାଏ। ଏହି କୋର୍ସ ପରେ ଛାତ୍ରଛାତ୍ରୀ ଘରୋଇ କିମ୍ବା ସରକାରୀ ହସ୍ପିଟାଲାରେ ନର୍ସ ଭାବରେ ସେବା ଦେବା ପାଇଁ ଯୋଗ୍ୟ ହୋଇପାରିଥାନ୍ତି।

LEAVE A REPLY

Please enter your comment!
Please enter your name here