କବିସୂର୍ଯ୍ୟନଗରରେ ବିଚ୍ ରାସ୍ତାରେ ଜୋଇଁଙ୍କୁ ଗୋଡାଇ ଗୋଡାଇ ହାଣିଲେ ଶଳା ଓ ତାଙ୍କ ସାଥୀ

0
697

କବିସୂର୍ଯ୍ୟନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରବିବାର ଦିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଲୋକନାଥ ବଜାରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା କାତି ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ସୂଚନା ଅନୁସାରେ,ଏହି ଆକ୍ରମଣରେ ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ଆହତ ୩ଜଣ ଯୁବକ ହେଉଛନ୍ତି କୃଷ୍ଣ ମାଝୀ, ଲକ୍ଷ୍ମୀ ସେଠୀ ଓ ସୀମାଞ୍ଚଳ ବିଶୋଇ ବୋଲି ଜଣାପଡିଛି । ଏହି ତିନି ଜଣ ଲୋକନାଥ ବଜାରରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଅଣ୍ଡା ଖାଉଥିବା ବେଳେ ହଠାତ ତିନୋଟି ମୋଟରସାଇକେଲରେ ଛଅ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଆକ୍ରମଣକାରୀ ହେଉଛନ୍ତି ସୀମାଞ୍ଚଳଙ୍କ ଶାଳକ ଓ ତାଙ୍କ ସାଥୀମାନେ ବୋଲି ତଦନ୍ତରୁ ଜଣାପଡିଛି। ତିନି ଜଣ ଜୀବନ ବଞ୍ଚାଇବାକୁ ରାସ୍ତାରେ ଦୌଡୁଥିଲାବେଳେ ଆକ୍ରମଣରୁ ସେମାନଙ୍କୁ ବଞ୍ଚାଇବାକୁ କେହି ସାହାସ କରିନଥିଲେ । ସୀମାଞ୍ଚଳଙ୍କ ପତ୍ନୀ କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ସୀମାଞ୍ଚଳଙ୍କ ଶ୍ୱଶୁର ଘର ଲୋକେ ଉତକ୍ଷିପ୍ତ ଥିଲେ। ତେବେ ରବିବାର ସୀମାଞ୍ଚଳଙ୍କୁ ତାଙ୍କ ଶଳା ରାସ୍ତାରେ ଦେଖି ସୁଯୋଗ ହାତଛଡା କରିନଥିଲେ । ସେମାନଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଆକ୍ରମଣକାରୀ ଫେରାର ଥିବାରୁ କବିସୂର୍ଯ୍ୟନଗର ପୋଲିସ ଘଟଣାର ତଦନ୍ତ ସହ ସେମାନଙ୍କ ସନ୍ଧାନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here