କମନୱଲଥ ଟେବୁଲ ଟେନିସ ଚମ୍ପିୟନସିପ – 2019

0
764

କଟକ (ନ୍ୟୁଜ୍ଏକ୍ସଟ୍ର।): ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କମନୱଲଥ ଟେବୁଲ ଟେନିସ ଚମ୍ପିୟନସିପରେ ୧୪ ଟି ଦେଶ ଭାଗ ନେବେ।୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚାମ୍ପିୟାନସିପର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା କଥା କଟକ ଡିସିପି କହିଛନ୍ତି।ଦର୍ଶକମାନଙ୍କ ସୁବିଧା ପାଇଁ ଇଣ୍ଡୋର ଷ୍ଟାଡିୟମର ୫ ହଜାର ସିଟକୁ ୩୦ଟି ଜୋନରେ ଭାଗ କରାଯାଇଛି ଓ ପ୍ରବେଶ ପାଇଁ ୮ଟି ପ୍ରବେଶ ପଥର ବ୍ୟବସ୍ଥା କରାଯାଇଛି।ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।ଷ୍ଟାଡିୟମ ପରିସରରେ ଏକାଧିକ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ ଜଣ ଏଡି ସି ପି ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରିବେ।ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।କଟକର ଖ୍ରୀଷ୍ଟିୟାନ ପଡିଆ ଓ ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ମ୍ୟାଚ ଚାଲିବ

LEAVE A REPLY

Please enter your comment!
Please enter your name here