ସମୀର ପ୍ଲାଜ୍ମା ତରଫରୁ ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ ସୁନ୍ଦରୀ ରାମେଶ୍ୱରୀ ନନ୍ଦଙ୍କୁ ସମ୍ବର୍ଦ୍ଧନା

0
291

ବ୍ରହ୍ମପୁର: ରାମେଶ୍ୱରୀ ନନ୍ଦଙ୍କୁ ମାୟା ନଗରୀରେ ନିଜର ନିଆରା ଜଲୱା ଦେଖାଇ ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ -୨୦୨୦ ସୁନ୍ଦରୀ ପ୍ରଯୋଗୀତାରେ ଓଡିଶା ବ୍ରାଣ୍ଡ ଅମ୍ବାସେଡର ପଦକ ହାସଲ କରିଥିବା ବ୍ରହ୍ମପୁରର ଶ୍ରୀମତୀ ରାମେଶ୍ୱରୀ ନନ୍ଦଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ରବିବାର ମଧ୍ୟ ବ୍ରହ୍ମପୁର ସାଇ କମ୍ପ୍ଲେକ୍ସ ଠାରେ ଥିବା ସମୀର ପ୍ଳାଜ଼ା ତରଫରୁ ରାମେଶ୍ୱରୀଙ୍କୁ ସମର୍ଦ୍ଧନା କରାଯାଇଥିଲା । ସୋ ରୁମ୍ ମାଲିକ ସମୀର ରାମେଶ୍ୱରୀଙ୍କୁ ପୁଷ୍ପଗୁଚ୍ଛ ସହ ତାଙ୍କ ପ୍ରତିଛବି ଦେଇ କେକ୍ କାଟି ସମ୍ବର୍ଦ୍ଧନା କରିଥିଲେ । ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସୋ- ରୁମ୍ ମାକିଲଙ୍କ ପରିବାର ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରାମେଶ୍ୱରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେପରେ ରାମେଶ୍ୱରୀଙ୍କୁ ଦେଖିବାଲାଗି ପ୍ରଶଂସକଙ୍କ ଭିଡ ଜମିବା ସହ ସେଲ୍ଫି ଉଠେଇବା ଲାଗି ଭିଡ ଜମିଥିଲା । ପ୍ରକାଶ ଥାଉକି ରାମେଶ୍ୱରୀ ନନ୍ଦ ଗତ ୧୬ ତାରିଖରେ ମୁମ୍ବାଇ ଠାରେ ଆୟୋଜିତ ମିସ୍ ଏଣ୍ଡ ମିଷ୍ଟର୍ସ ମୁମ୍ୱାଇ ଗ୍ଲୋବାଲ ଇଣ୍ଡିଆ ପ୍ରତିଯୋଗିତାରେ ଦେଶର ୩୦ ଜଣ ମହିଳା ଭାଗ ନେଇ ୧୧ଜଣ ଶ୍ରୀମତୀଙ୍କୁ ପଛରେ ପକାଇ ବେଷ୍ଟ ବଡ଼ି ଫିଟନେସ ଆୱାର୍ଡ ଜିତିବା ସହ ଓଡ଼ିଶାର ବ୍ରାଣ୍ଡ ଅମ୍ବାସେଡର ପଦକ ଜିତି ଗଞ୍ଜାମ ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here