ଛାତ୍ରଛାତ୍ରୀଙ୍କ ଜରିଆରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା ଅଭିଯାନ।

0
697

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ୩ମାସ କୋହଳ ପରେ ପୁଣି ଆସନ୍ତା ଡିସେମ୍ବର ପହିଲାରୁ ରାଜ୍ୟରେ କଡାକଡି ଲାଗୁ ହେବ ଟ୍ରାଫିକ ନିୟମ। ନିୟମ ଖିଲାଫକାରିଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ।ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଏହି ୩ମାସ ମଧ୍ୟରେ ନିଆଯାଇଛି ଅନେକ ପଦକ୍ଷେପ। ଏହି କ୍ରମରେ ଆଜି ବ୍ରହ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରମୁଖ ଛକ ମାନଙ୍କରେ ସଚେତନତା ସୃଷ୍ଟି କରାଯାଇଛି। ହେଲମେଟ ପିନ୍ଧିବା ସହ ଚାରି ଚକିଆ ଯାନ ଚଲାଇବା ବେଳେ ସିଟ ବେଲ୍ଟ ବାନ୍ଧିବା, ମଦ୍ୟପାନ କରି ଗାଡି ନଚଳାଇବା ଆଦି ସହିତ ଏହାର ଖିଲାଫକାରୀଙ୍କୁ କିଭଳି ଜୋରିମାନା ଓ ଦଣ୍ଡ ବ୍ୟବସ୍ଥା ରହିଛି ସେନେଇ ମଧ୍ୟ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here