ନାଟ୍ୟକଥାରେ ପାରଳା ର ନାଟ୍ୟ ଲେଖକ ତଥା ନିର୍ଦ୍ଦେଶକ ଶ୍ରୀ, ଦେବେନ୍ଦ୍ର ଦାସ

0
284

ପାରଳାଖେମୁଣ୍ଡି : ଓଡ଼ିଶା ର ବିଶିଷ୍ଟ ନାଟ୍ୟ ସଂଗଠନ ଢେଙ୍କାନାଳ ର ଅଲ୍ଟର୍ନେଟିଭ ରିଦମ ଥିଏଟର ଦ୍ଵାରା ଆୟୋଜିତ ନାଟ୍ୟକଥା ରେ ପାରଳାଖେମୁଣ୍ଡିର ବରିଷ୍ଟ ଓଡ଼ିଆ ନାଟ୍ୟ ନିର୍ଦେଶକଭାବେ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ, ନାଟ୍ୟକଥା ଦୀର୍ଘ ଏକ ବର୍ଷ ଧରିହେଉଛି, ଏଥିରେ ଅନଲାଇନ ମାଧ୍ୟମ ରେ ଓଡ଼ିଶା ର ବହୁ ବରିଷ୍ଟ ନାଟ୍ୟକାର ଓ ମଞ୍ଚ ନିର୍ଦ୍ଧେଶକ ଯୋଗ୍ ଦେଈ ନିଜ ନିଜର ମତାମତ ରଖିଛନ୍ତି ଏହି କି ଯେ ୫୫ ତମ କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡିର ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ ଯେକି ତରଙ୍ଗ ରଙ୍ଗ ର ସଭାପତି ତଥା ବରିଷ୍ଠ ନାଟ୍ୟକାର ତଥାନାଟ୍ୟ ନିର୍ଦେଶକ ଦେବେନ୍ଦ୍ର ଦାସ ଯୋଗ ଦେଇ ପାରଳାଖେମୁଣ୍ଡିରେ ନାଟକ ର ବର୍ତ୍ତମାନ ସ୍ଥିତି ଓ ସମସ୍ୟା ଉପସ୍ଥାପନା କରିବା ସହ ଓଡ଼ିଶା ର ପ୍ରଥମ ଓଡ଼ିଆ ନାଟକ ଗୋପୀନାଥ ବଲ୍ଲଭ ଓ ପ୍ରଥମ ନାଟ୍ୟକାର କବି ରଘୁନାଥ ପରିଛା, ଓ ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟ, ଏ ସବୁ ଅବଦାନ କେବଳ ପାରଳାଖେମୁଣ୍ଡି ଠାରୁ ହିଁ ଦେଇଛି ବୋଲି ଦାବି ଦୋହରାଇ ଥିଲେ, ନାଟ୍ୟକଥା ରେ ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ନାଟୁଆ ମାନେ ଆସି ଯୋଗ ଦେଇ ନିଜର ଅନୁଭୂତି ଓ ଅଭିଜ୍ଞତା କୁ ପ୍ରକାଶ କରିଛନ୍ତି, ଯାହା କୌଣସି ପୁସ୍ତକ ରେ ନଥାଏ କିନ୍ତୁ ଏହି ବିଷୟରେ ଜାଣିବା ପାଇଁ ଆଗମୀ ପିଢ଼ି ର କଳାକାର ଙ୍କୁ ଅନେକ ପ୍ରେରଣା ଯୋଗାଇଥାଏ, ଢେଙ୍କାନାଳ ର ବିଶିଷ୍ଟ ମଞ୍ଚ ନିର୍ଦ୍ଧେଶକ ତଥା ଅଲ୍ଟର୍ନେଟିଭ ରିଦମ ଥିଏଟର ନାଟ୍ୟ ସଂଗଠନ ର ସମ୍ପାଦକ ଦିନେଶ ଦାସ ଦୀର୍ଘ ଏକ ବର୍ଷ ଧରି ପ୍ରତି ସପ୍ତାହ ରେ ଏହି ଅନଲାଇନ୍ ନାଟ୍ୟ ଆଲୋଚନା କାର୍ଯ୍ୟକ୍ରମ ଅୟୋଜନ କରୁଥିବା ବେଳେ ୫୫ ତମ କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡିରୁ ଦେବେନ୍ଦ୍ର ଦାସ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ସହ ନାଟ୍ୟ ଅନୁଭୂତି ଉପସ୍ଥାପନା କରିଥିବା ବେଳେ, ଉପାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଓଡ଼ିଆ ନାଟ୍ୟ ପରମ୍ପରା ବଜାୟ ରଖିଥିବା ଯୋଗୁଁ ସ୍ଥାନୀୟ କ୍ରିଏଟିଭ ଆର୍ଟସ ଓ ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନ ର କଳାକାର ମାନଙ୍କୁ ଆଲୋଚନ ର ଆୟୋଜକ ଦିନେଶ ଦାସ ଭୂୟଶୀ ପ୍ରଶଂସା କରିଥିଲେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here