ଇ-ବ୍ୟବସାୟକୁ ବିରୋଧ କରି ଗଞ୍ଜାମ ଚାମ୍ବର ଅଫ କମର୍ସ ପକ୍ଷରୁ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ।

0
704

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଗତ କିଛି ବର୍ଷ ଧରି ଇ-ବ୍ୟବସାୟ ବା ଅନ ଲାଇନ ବ୍ୟବସାୟ ବଜାରରେ ଜୋର ଧରିଛି। ବିଭିନ୍ନ ଲୋଭନୀୟ ସ୍କିମ ତଥା ରିହାତି ମିଳୁଥିବାରୁ ଏପରିକି ଇଛା ମୁତାବକ ଦ୍ରବ୍ୟ ଘର ନିକଟରେ କମ ସମୟରେ ପହଞ୍ଚି ପାରୁଛି। ଫଳରେ ସମୟ ନଷ୍ଟ ନକରି ବଜାରକୁ ଆଉ ଯିବାକୁ ପଡୁନି। ହେଲେ ଏଭଳି ବ୍ୟବସ୍ଥା ତଥା ବ୍ୟବସାୟିକ ଧାରା ପାରମ୍ପରିକ ବ୍ୟବସାୟୀଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି କରିଛି। ଏଭଳି ବ୍ୟବସାୟକୁ ଅନୈତିକ ଓ ବେନିୟମ ବୋଲି ଦର୍ଶାଇ ଏହାର ପ୍ରତିବାଦରେ ଗଞ୍ଜାମ ଚାମ୍ବର ଅଫ କମର୍ସ ପକ୍ଷରୁ ସ୍ଥାନୀୟ କମଳାବାରି ସାହିରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ପ୍ରତିବାଦ ପ୍ରଦର୍ଶନ କରିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here