୩ ମିନଟରେ ଗାନ କରାଯିବ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ

0
316

ଭୁବନେଶ୍ୱର: ୩ ମିନିଟ ଭିତରେ ରହିବ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ଅବଧି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ।ତାଙ୍କ ସୂଚନା ଅନୁଯାୟୀ ୩ ମିନିଟ ଭିତରେ ସଙ୍ଗୀତ ଗାନର ଅବଧି ରହିବ । ସ୍ୱର, ଲୟ, ତାଳ କଣ ହେବ ଏନେଇ ଖୁବଶୀଘ୍ର ଜଣାଇ ଦିଆଯିବ । ଏନେଇ ବିସ୍ତୃତ ଖସଡ଼ା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରସ୍ତୁତ କରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ରାଜ୍ୟ ସଂଗୀତକୁ ଅବମାନନା କଲେ ସେମାନଙ୍କ ଦଣ୍ଡ ବିଧାନ ଅନୁଧ୍ୟାନ କରାଯାଇ ଓଡ଼ିଶାରେ ଦଣ୍ଡ ନେଇ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ପ୍ରକାଶ ଯେ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅନବଦ୍ୟ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତ ଭାବରେ ସରକାରୀ ମାନ୍ୟତା ଦେବା ପାଇଁ ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here