ବ୍ରହ୍ମପୁରରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନର ତରିକା ବଦଳାଇଲା ଗଞ୍ଜାମ ଓକିଲ ସଂଘ। ଆରମ୍ଭ ହେଲା ସତ୍ୟାଗ୍ରହ।

0
690

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ ଶକ୍ତିଧର ରାଜଗୁରୁ) : ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସିଛି। ଏଥିପାଇଁ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଦୀର୍ଘ ୧୦ବର୍ଷ ଧରି ନିୟମିତ ପ୍ରତ୍ୟେକ ମାସର ଶେଷ ୪ଟି କାର୍ଯ୍ୟଦିବସକୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଦାବି ଉପସ୍ଥାପନ କରିଆସୁଛନ୍ତି। ତେବେ ଇତି ମଧ୍ୟରେ ଆନ୍ଦୋଳନ ଓ ଏହାଦ୍ୱାରା ମହକିଲଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦୀର୍ଘ ବର୍ଷ ଧରି ଚାଲିଥିବା ଏଭଳି ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠିଛି। ଫଳରେ ବର୍ତ୍ତମାନ ଗଞ୍ଜାମ ଓକିଲ ସଂଘ ନିଜର ଦାବି ହାସଲ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନୂତନ ରୂପରେଖ ଦେଇ ଏହାକୁ ସତ୍ୟାଗ୍ରହ ଆନ୍ଦୋଳନ ଭାବେ ଆରମ୍ଭ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଓକିଲଙ୍କ ଏହି ସତ୍ୟାଗ୍ରହ ଆନ୍ଦୋଳନ ଶାନ୍ତି ପୂର୍ବକ ହେବ ଓ ଦାବି ହାସଲ ପର୍ଯ୍ୟନ୍ତ ହେବ ବୋଲି ଗଞ୍ଜାମ ଓକିଲ ସଂଘର ସଭାପତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here