କିନ୍ନରଙ୍କ ଇଷ୍ଟ ଦେବୀ ବହୁଚୋରି ଦୁର୍ଗାମାତାଙ୍କ ପୂଜା ସମ୍ପନ୍ନ

0
721

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ବ୍ରହ୍ମପୁର ସହରରେ ଥିବା ସମସ୍ତ କିନ୍ନରମାନଙ୍କ ଦ୍ୱାରା ସେମାନଙ୍କର ଇଷ୍ଟ ଦେବୀଙ୍କ ଏକ ସ୍ୱତନ୍ତ୍ର ପୂଜା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । କିନ୍ନରମାନଙ୍କ ଇଷ୍ଟ ଦେବୀ ହେଉଛନ୍ତି ମା ଦୁର୍ଗା ଓ ଏହି ସ୍ୱତନ୍ତ୍ର ପୂଜାକୁ ଦୁର୍ଗାମାତାଙ୍କ ବହୁଚୋରୀ ପୂଜା କୁହାଯାଏ । ଏହି ପୂଜା ବର୍ଷକୁ ଥରେ ପାଳନ କରାଯାଏ । ପୂଜାବିଦ୍ଧି ମୁତାବକ କିନ୍ନରମାନେ ନିଷ୍ଠାର ସହ ଦୀର୍ଘ ୪୦ଦିନ ରୁହନ୍ତି ଏବଂ ଶେଷଦିନ ନିର୍ଜଳ ଉପବାସ ରହି ବ୍ରତ ପାଳନ କରିଥାନ୍ତି । ମଙ୍ଗଳବାର ସେମାନଙ୍କ ଏହି ବହୁଚୋରୀ ପୂଜାର ଶେଷଦିନ ଥିଲା । ସହରର ସମସ୍ତ କିନ୍ନର ଏଭଳି ପୂଜାର୍ଚ୍ଚନା କରିବା ସହ ସମଗ୍ର ଜାତି ଓ ବିଶ୍ୱରେ ଶାନ୍ତି ବଜାୟ ରହୁ ବୋଲି ପ୍ରାର୍ଥନା କରିବା ଥିଲା ଏହି ପୂଜାର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ କିନ୍ନରମାନେ ଭୋର ସମୟରୁ ଉଠି ନିତ୍ୟକର୍ମ ସାରି ନିଜକୁ ବେଶ ପ୍ରସ୍ତୁତ କରିଥିଲେ ଏବଂ ପରେ ପ୍ରିତୀଭୋଜନର ମଧ୍ୟ ଆୟୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here