ସରକାରୀ ନିୟମର ଅବମାନନା ଯୋଗୁଁ ମୋହନା ବିଡିଓ ନିଲମ୍ବିତ

0
285

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ମୋହନା ବିଡ଼ିଓ ସରକାରୀ ନିୟମର ଅବମାନନା ସହ ନିଜ କ୍ଷମତାର ଦୁରପୋଯୋଗ କରିବା ଏବଂ ବିନା ଅନୁମୋଦନରେ ମାସ ମାସ ଧରି ଛୁଟିରେ ରହିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ମୋହନା ବଡିଓ ବଂଶୀଧର ଖୋସଲା । ଏନେଇ ପଞ୍ଚାୟତ ରାଜ ବିଭାଗର ଚିଠି ନଂ ପିଆର୍‌-ବିଡିଓ-ଇଏ୍‌ସଟିଟି-୦୦୭୮-୨୦୨୦-୪୩୯୭ ତାରିଖ ୦୩.୦୩.୨୦୨୧ର ନିର୍ଦ୍ଦେଶନାମାରେ ଦର୍ଶାଇଥିବା ଜଣାପଡିଛି ଯାହା କି ସୂଚନା ଅନୁଯାୟୀ ସେ ଗତ ଅଗଷ୍ଟ ମାସ ୨୪ ତାରିଖରେ ଅଡବା ଥାନା ମାଣ୍ଡିମେରା ନିକଟରୁ ଜବତ ହୋଇଥଲା କାଜୁ ସହ ଗଞ୍ଜେଇ ବୋଝେଇ ଟ୍ରକ । ଜବତ ୧୭କ୍ୱିଣ୍ଟାଲ ୮୧୪ ଗ୍ରାମ କାଜୁ କୁ ରିଭେଲ୍ୟୁସନ କରି ବିକ୍ରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜବତ ଚୋପାଛଡା କାଜୁ ଯାହାର ମୂଲ୍ୟ ଏକ କୋଟି ୪୨ ଲକ୍ଷ ସ୍ଥଳରେ ଚୋପାଥିବା କାଜୁ ଦର୍ଶାଇ ୧୪ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । କାଜୁ ସହ ଗଞ୍ଜେଇ ବୋଝେଇ ଟ୍ରକ ଜବତ ଘଟଣା ପରେ ଜବତ କାଜୁକୁ ଚଞ୍ଚକତା କରି ବିକ୍ରି ଅଭିଯେଗରେ ମୋହନା ବିଡିଓ ବଂଶୀଧର ଖୋସଲାଙ୍କ ସମେତ ପୂର୍ବତନ ଅଡବା ଥାନା ଅଧିକାରୀ ତପନ କୁମାର ପତି, ମୋହନା ଯୋଗାଣ ନିରୀକ୍ଷକ ଶଙ୍କର ବେହେରାଙ୍କ ସମେତ ୬ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଥିବା ବେଳେ ତତ୍କାଳୀନ ଅଡବା ଥାନା ଏସ୍‌.ଆଇ. ଆଲୋକ ରଂଜନ ଜଗଦଲଙ୍କୁ ନିଲମ୍ବିତ କରାଯାଇଥିଲା । ଅପରପକ୍ଷରେ ମୋହନା ବିଡିଓ ଶ୍ରୀ ଖୋସଲା ନିଜ ଦୋଷକୁ ଘୋଡାଇବାକୁ ଯାଇ ଉପର କୋର୍ଟରୁ ସର୍ତ ମୂଳକ ଜାମିନ ଆଣିବାକୁ ଯାଇ ମାସ ମାସ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ଯାହାକୁ ନେଇ ପଞ୍ଚାୟତ ରାଜ ବିଭାଗ ଶେଷରେ କାର୍ଯ୍ୟରୁ ନିଲମ୍ବିତ କରିଥିବାର ଜଣାପଡିଛି । ସେ ପିଡି ଡିଆର୍‌ଡିଏଙ୍କ ବିନା ଅନୁମୋଦନରେ ମାସ ମାସ ଧରି ଛୁଟି ରହିଥିବା ଅଭିଯୋଗ ମଧ୍ୟ ରହିଥିଲା । ତେବେ ଏହି କାଜୁ ବିକ୍ରି ମାମଲାରେ ବର୍ତ୍ତମାନ ସୁଦ୍ଧା ଦୁଇ ନିଲମ୍ବିତ ହେଲେ ମଧ୍ୟ ଏଥିରେ ଜଡିତ ଅନ୍ୟମାନଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଧାରଣରେ ବୁଦ୍ଧିଜୀବୀ ମହଲରେ କିମ୍ବା ସାଧାରଣ ଲୋକଙ୍କ ଆଲୋଚନା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here