ଅବ୍ୟବସ୍ଥାରେ ଚାଲିଛି ଗଜପତିଜିଲ୍ଲା କୋଭିଡ୍ ପରିଚାଳନା : ପାରଳା ବିଧାୟକ; ଶ୍ରୀ ରାଓ

0
285

ପାରଳାଖେମୁଣ୍ଡି, (ନ୍ୟୁଜଏକ୍ସଟ୍ରା) ଦେଶରେ ବ୍ୟାପିଥିବା ଦ୍ବିତୀୟ ଲହରୀ କୋରନା ଭାଇରସ ରୋକିବା ପାଇଁ ଗଜପତି ଜିଲ୍ଲାରେ କୋଭିଡ୍ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥାରେ ଚାଲିଥିବାର ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ଗତକାଲି ବିଧାୟକ ଶ୍ରୀ ରାଓ ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ସୂଚନା ପ୍ରଦାନ କରିଛନ୍ତି । ବିଧାୟକ ଶ୍ରୀ ରାଓ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ରୋଗୀଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କୋଭିଡ କେୟାର ସେଣ୍ଟର ଓ କୋଭିଡ୍ ହସ୍ପିଟାଲରେ ପିଇବା ପାଣି ଠାରୁ ଆରମ୍ଭ କରି ରହିବା ଖାଇବାର ବିଷୟରେ ରୋଗୀଙ୍କୁ ଅବ୍ୟବସ୍ଥା ନେଇ ଜିଲ୍ଲା ରେ କେତେ କୋଭିଡ୍ ସେଣ୍ଟର କାର୍ଯକ୍ଷମ କରାଯାଇଛି, କେତେ ଡାକ୍ତର ଅଛନ୍ତି, କଣ କଣ ବ୍ୟବସ୍ଥା କରାଯାଇଛି କୋଭିଡ୍ ମୁକାବିଲା ପାଇଁ ଏ ସମ୍ପର୍କରେ ଜିଲ୍ଲାର ବିଭିନ୍ନ ବିଭାଗ ଠାରୁ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରିଥିଲେ ବିଧାୟକ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧାୟକଙ୍କୁ ଅବଗତ କରାଯାଉ ନଥିବାର ପ୍ରକାଶ କରିଥିଲେ । ଏହାସହ ଜିଲ୍ଲାରେ କେତେ କୋଭିଡ୍ ପରୀକ୍ଷଣ ହୋଇଛି, କେତେ ରୋଗୀ ଚିହ୍ନଟ ହୋଇଛନ୍ତି, କେତେଜଣ ମୃତ୍ୟୁବରଣ କରିଛନ୍ତି ପ୍ରଶାସନ କୌଣସି ତଥ୍ୟ ରଖୁ ନଥିବାର କହିଛନ୍ତି । ସାଧାରଣ ଲୋକ ପଜିଟିଭ୍ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଯାହାକି ଦୁଃଖ ଓ ପରିତାପର ବିଷୟ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ତଥ୍ୟ ଲୋକଲୋଚନକୁ ଆଣିବା ବଦଳରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିବାକୁ କିମ୍ବା ସୂଚନା ପ୍ରଦାନ କରିବା ନିମନ୍ତେ ପ୍ରଶାସନ ଭୟ କରୁଛି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । କୋଭିଡ୍‌କୁ ନେଇ ବିଗତ ବର୍ଷ ବିଭାଗୀୟ ଅଧିକାରୀ ମାନେ ପରୋକ୍ଷ ଭାବରେ ଠିକା କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଘଟାଲା କରିବା ଏବଂ ଚଳିତ ବର୍ଷ ମଧ୍ୟ ସେହି ପରି କିଛି ଅଧିକାରୀ ଘଟାଲା କରିବା ପାଇଁ ପ୍ରୟାସ କରିବାକୁ ଉଦ୍ୟମ କରାଯାଉଛି ବୋଲି ବିଧାୟକ ଶ୍ରୀ ନାରିୟଣ ରାଓ ଅଭିଯୋଗ ବାଢିଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here