ପଶ୍ଚିମ ଓଡ଼ିଶାରେ ଧାନ କିଣା ଟୋକନ ବ୍ୟବସ୍ଥାକୁ ବିରୋଧ, ୪ ବିଧାୟକଙ୍କ ବାସଭବନ ଘେରିଲେ ଚାଷୀ

0
624

ସମ୍ବଲପୁର : ଧାନ କିଣାକୁ ନେଇ ଟୋକନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଚାଷୀ ଆନ୍ଦୋଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ ତାରିଖରୁ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ଅନଲାଇନ ଟୋକନ ବ୍ୟବସ୍ଥା ପାଇଁ ଚାଷୀଙ୍କ ଠାରୁ ଧାନ କ୍ରୟ ହୋଇପାରି ନାହିଁ । କେତେକ ଚାଷୀ ଟୋକନ ପାଇ ନଥିବାରୁ ଏହି ଟୋକନ ପ୍ରକ୍ରିୟାକୁ ଉଚ୍ଛେଦ ପାଇଁ ପଶ୍ଚିମ ଓଡ଼ଶାର ୪ ବିଧାୟକଙ୍କ ବାସଭବନ ଆଗରେ ଧାନ ରଖି ପ୍ରତିବାଦ କରିଛନ୍ତି ଚାଷୀ ।
ଦୀର୍ଘ ୨ଦିନ ହେଲା ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥାକୁ ଚାଷୀମାନେ ବିରୋଧ କରୁଛନ୍ତି । ଧାନକିଣାକୁ ନେଇ ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ ଦାବୀରେ ଅଡ଼ି ବସିଛନ୍ତି ଚାଷୀ । କିଛି ଚାଷୀ ଟୋକେନ ପାଇଥିବା ବେଳେ ମାର୍କେଟ ୟାର୍ଡରେ ସରକାରୀ ବାବୁଙ୍କ ଦେଖା ନାହିଁ । ପଡ଼ି ରହିଛି ଶହଶହ ଧାନ ବସ୍ତା । ତେଣୁ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ସୁବର୍ଣ୍ଣପୁର ଆଦି ଜିଲ୍ଲାର ହଜାର ହଜାର ଚାଷୀ ଏହି ଟୋକନ ବ୍ୟବସ୍ଥାକୁ ବିରୋଧ କରି ୪ ବିଧାୟକ ଯଥା ରେଙ୍ଗାଲି ବିଜେପି ବିଧାୟକ ନାଉରୀ ନାୟକ, ରେଢାଖୋଲ ବିଜେଡି ବିଧାୟକ ରୋହିିତ ପୂଜାରୀ, ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ କୁଚିଣ୍ଡା ବିଜେଡି ବିଧାୟକ କିଶୋର ନାୟକଙ୍କ ବାସଭବନ ଆଗରେ ଟ୍ରାକ୍ଟରରେ ଶହ ଶହ ବସ୍ତା ଧାନ ରଖି ପ୍ରତିବାଦ କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଏହି ଟୋକନ ବ୍ୟବସ୍ଥାର ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ପ୍ରତିବାଦ କରିଥିଲେ । ଉତ୍ୟେକ୍ତ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here