ଏଣିକି ଅଫିସ୍ରେ ଭାଇ ଡାକିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

0
655

ଭୁବନେଶ୍ୱର : ଏଣିକି ଅଫିସରେ ‘ଭାଇ’ ଡାକିଲେ ହେବ କାର୍ୟ୍ୟାନୁଷ୍ଠାନ । ପଶୁସମ୍ପଦ ନିର୍ଦ୍ଦେଶାଳୟରେ ଭାଇ ଡାକିବା ମନା । ଏଭଳି ଏକ ନିର୍ଦ୍ଦେଶ ଆସିଛି ବିଭାଗରୁ । ସରକାରୀ ମର୍ୟ୍ୟାଦା ଭଙ୍ଗ ହେଉଥିବା ଦର୍ଶାଇ ପଶୁପାଳନ ଓ ପଶୁଚିକିତ୍ସା ନିର୍ଦ୍ଦେଶାଳୟ ତା’ର କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ଯଦି ଅଫିସ ସମୟ ଭିତରେ କୌଣସି ଅଫିସର୍ ତା’ର ଉପରିସ୍ଥ କର୍ମଚାରୀଙ୍କୁ ଭାଇ ବୋଲି ଡାକନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଫିସ ସମୟରେ କର୍ମଚାରୀମାନେ ପରସ୍ପର ମଧ୍ୟରେ ଭାଇ ଡକାଡକି ହେଲେ ଅଫିସର ମର୍ଯ୍ୟାଦା ଓ ଶୃଙ୍ଖଳା ଭଙ୍ଗ ହେଉଛି। ଏହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯ର ମଧ୍ୟ ବିରୋଧ ଅଟେ। ତେଣୁ ଅଫିସ ସମୟରେ ସବୁ କର୍ମଚାରୀ ସରକାରୀ ମର୍ୟ୍ୟାଦା ରକ୍ଷା କରିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଏହାକୁ ନେଇ ଏବେ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here