ତିନି ପଥର ବୋଝେଇ ଟ୍ରାକ୍ଟର ଜବତ, ୪୬,୮୬୦ ଟଙ୍କା ଜରିମାନା ଆଦାୟ

0
307

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଏପ୍ରିଲ ୨୬ ତାରିଖ ଦିନ ତିନିଟି ପଥର ବୋଝେଇ ଟ୍ରାକ୍ଟର ଜବତ କରି ୪୬,୮୬୦ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛି ଯେ କୌଣସି ସୂତ୍ରରୁ ଖବର ପାଇ ବୁଗୁଡା ତହସିଲଦାର ଶ୍ରୀ ଜେନା, ବୁଗୁଡା ତହସିଲ ଅନ୍ତର୍ଗତ ବେତାରସିଂ ପଥର କୁଆଁରୀ ଉପରେ ଚଢ଼ାଉ କରି ୩ ଟି ଟ୍ରାକ୍ଟରରେ ପଥର ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ତିନି ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରି ଥିଲେ। ପ୍ରତ୍ୟେକ ପଥର ବୋଝେଇ ଟ୍ରାକ୍ଟର ପିଛା ୧୫,୬୨୦ ଟଙ୍କା ଲେଖାଏଁ ମୋଟ ୪୬,୮୬୦ ତାଙ୍କ ଜରିମାନା ଆଦାୟ କରାଯାଇ ଟ୍ରାକ୍ଟର ଛଡ଼ାଯାଇଥିବା ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here