ମୃତ ଭାବି ଶ୍ମଶାନରେ ଶବଦାହ ବେଳେ ଜୁଇରୁ ଜିଇଁ ଉଠିଲେ ମହିଳା

0
605

ବ୍ରହ୍ମପୁର/ପୋଲସରା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢ଼ୁଙ୍କାପଡ଼ା ପଞ୍ଚାୟତର କଣିଆପଲି ଗାଁରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ୪୪ ବର୍ଷୀୟା ବୃଦ୍ଧାଙ୍କୁ ମୃତ ଭାବି ଶ୍ମଶାନକୁ ନେଇ ଜୁଇ ସଜାଡିବେ ବେଳେ ସେ ଉଠି ଆସିଥିଲେ । ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ହେଉଛନ୍ତି କଣିଆପାଲି ଗାଁର ଦୁଃଖୀ ବେହେରା ଓ ଦାରିଦ୍ର କାରଣରୁ ସେ ଅନାହାରରେ ରୁହନ୍ତି। ଆଜି ସକାଳୁ ନ ଉଠିବାରୁ ଘରଲୋକେ ବ୍ୟସ୍ତ ହୋଇପଡ଼ି ଭାବିଲେ ବୋଧହୁଏ ଦୁଃଖୀ ମରିଯାଇଛି। ଏଣୁ ତାର ସଂସ୍କାର କରିବା ଲାଗି ଶ୍ମଶାନକୁ ନେଇ ଯାଇଥିଲେ । ଶ୍ମଶାନରେ ଜୁଇ ପ୍ରସ୍ତୁତି ଚାଲିଥିବା ବେଳେ କେହି ଜଣେ ଦେଖିଲେ ଯେ ଦୁଃଖୀର ହାତ ହଲୁଛି । ଏହାପରେ ତାକୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଏବେ କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ ବରଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here