ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ,ଅଶ୍ଳୀଳ ଫଟୋ ଭାଇରଲ୍ ଧମକ ଅଭିଯୋଗରେ ଯୁବକ ଗିରଫ

0
438

ଆସିକା(ଜଗନ୍ନାଥ ସାହୁ)ଯୁକ୍ତ ଦୁଇ ଜଏନ କରେଇଦେବା ନା ରେ ମିଥ୍ୟା ପ୍ରଲୋଭନ ଦେଖାଇ ସମ୍ପର୍କ ଗଢି ଯୁବତୀ ଙ୍କ ମୋବାଇଲ ନମ୍ବର ମାଗି କଥା ହେଲେ | ତାପରେ ଏକ ଘରକୁ ଡାକି ଲସି ରେ ନିଶା ଦେଇ ଧର୍ଷଣ କଲେ | ଏପରି ଏକ ଘଟଣା ଘଟିଛି ଆସ୍କା ଥାନା ଅଞ୍ଚଳରେ | ପୀଡିତା ଅନୁ (ଛଦ୍ମନାମ) ଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଦୀର୍ଘ 5ବର୍ଷ ହେବ ମେଟ୍ରିକ ପରୀକ୍ଷା ରେ ଫେଲ ହେବା ପରେ ବ୍ରହ୍ମପୁରର ହାଇସ୍କୁଲ ରେ ପଢୁଥିଲେ ପୀଡିତା ଯୁବତୀ | ଏହି ସମୟରେ ପ୍ଲସ ଟୁ ରେ ଜଏନ କରେଇଦେବାକୁ ବ୍ରହ୍ମପୁର ର ଏକ ଯୁବତୀଙ୍କୁ ସମ୍ପର୍କ କରିଥିଲେ |ବ୍ରହ୍ମପୁର ର ଯୁବତୀ ଜଣଙ୍କ ପୀଡିତା ଙ୍କୁ ପ୍ଲସ ଟୁ ରେ ଜଏନ କରେଇଦେବା ପାଇଁ ଏକ ଦୂର ସମ୍ପର୍କ ଭାଇଙ୍କ ସହ ଯୋଗ ସୂତ୍ର ସ୍ଥାପନ କରାଇଥିଲା | କିନ୍ତୁ ସମ୍ପର୍କୀୟ ଭାଇ ଏହାର ଫାଇଦା ନେଇ ବ୍ରହ୍ମପୁର ସ୍ଥିତ ତୁଳସୀନଗର ର ଏକ ଘରକୁ ପୀଡିତା ଙ୍କୁ ଡକାଇ ଦୁଷ୍କର୍ମ କରିଥିଲା | ପରେ ଅଭିଯୁକ୍ତ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଭାଇରଲ କରିବାର ଧମକ ଦେଇଥିଲା |ଏ ନେଇ ପୀଡିତା ଯୁବତୀ ଜଣଙ୍କ ଆସ୍କା ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନଂ 20/21 ରେ ମାମଲା ରୁଜୁ କରି ଅଭିଯୁକ୍ତ କୈଳାସ ସାହୁ କୁ ଗିରଫ କରିଛି ପୋଲିସ ।ସୂଚନା ଅନୁଯାୟୀ କୈଳାଶ ର ଘର ଆସିକା ଅଞ୍ଚଳ ର ସୀତାରାମ ସାହି | ଏ ନେଇ ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here