ବହୁ ଚର୍ଚିତ ତୃପ୍ତିମୟୀ ପଣ୍ଡା ହତ୍ୟାକ।ଣ୍ଡ ମାମଲାରେ ଛତ୍ରପୁର ପୋଲିସକୁ ସଫଳତା।

0
588

ଛତ୍ରପୁର: (ନ୍ୟୁଜ୍ଏକ୍ସଟ୍ର। ବ୍ୟୁରୋ):   ତୃପ୍ତିମୟୀ ପଣ୍ଡା ହଷ୍ଟେଲରୁ ନିଖୋଜ ହେବା ପରେ ପରିବାର ଲୋକେ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ ଦେଇଥିଲେ। ତୃପ୍ତିମୟୀ ଖଲ୍ଲିକୋଟ କଲେଜରେ ଏମସିଏ ପ୍ରଥମ ବର୍ଷ ଛାତ୍ରୀ ଥିଲେ ଓ ସେ ଅନନ୍ତ ନଗର ସ୍ଥିତ ଏକ ମହିଳା ହଷ୍ଟେଲରେ ରହୁଥିଲେ ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସକୁ ଦେଶୀରାମଚନ୍ଦ୍ରପୁର ଗ୍ରାମ ପାର୍ଶ୍ଵ ରାସ୍ତାରେ ଏକ ଯୁବତୀର ରକ୍ତାକ୍ତ ଶବ ୨୬ ରେ ମିଳିଥିଲା। ତାଙ୍କ ପରିଚୟ ପତ୍ରରୁ ଓଡିଶାର  ଜାଣି ଓଡିଶା ସୀମାନ୍ତ ବ୍ରହ୍ମପୁର ପୋଲିସ ସହ ଯୋଗାଯୋଗ ବେଳେ ଜାଣିପାରିଥିଲା ଶବକୁ ପରିବାର ଲୋକ ଦେଖିବା ପରେ ଏହା ତାଙ୍କ ଝିଅର ବୋଲି ଜାଣି ପାରିଥିଲେ। ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଶବ ବ୍ୟବଚ୍ଛେଦ ରୁ ଜଣାପଡିଥିଲା ଯେ ଯୁବତୀଙ୍କୁ ଛୁରାରେ ବାରମ୍ବାର ଭୁଷି ହତ୍ୟା କରାଯିବା ସହ ମୁହଁକୁ ପଥରରେ ଛେଚା ଯାଇଛି। ସେହି ମାମଲାରେ ବାରୁଆ ପୋଲିସ ତଦନ୍ତ ବେଳେ ଚିଙ୍କରା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲେ। ୨୦୧୬ରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଚିଙ୍କରା ବେହେରା , ଆଜି ସେ ଛତ୍ରପୁର ଆସିଥିବା ଖବର ପାଇ ଛତ୍ରପୁର ପୋଲିସ ତାକୁ କାବୁ କରିଥିଲା। ଆନ୍ଧ୍ର ପୋଲିସକୁ ହସ୍ତ।ନ୍ତର ପରେ ଉକ୍ତ ଘଟଣାରେ ଚୀଙ୍କରା ର ଭୂମିକା କଣ ଓ କେମିତି ତୃପ୍ତିମୟୀ ଙ୍କୁ ହତ୍ୟା କରାଯାଇଥିଲା ତାହାର ଗୁମର ଖୋଲିବ।

LEAVE A REPLY

Please enter your comment!
Please enter your name here