ପୋଲିସ ଓ ଅବକାରୀ ବିଭାଗର ଚଢଉ ମଦ ଜବତ, ୧୨ ଗିରଫ

0
311

ଆସିକା (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଜିଲ୍ଲପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗେ ଓ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦେଶ କ୍ରମେ ଆଜି ଆସିକା ଅଂଚଳରେ ଅବକାରୀ ଓ ପୋଲିସ କର୍ମଚାରୀ ଙ୍କ ମିଳିତ ଚଢ଼ାଉ କରାଯାଇଛି ଆସିକା ଥାନା ଅନ୍ତର୍ଗତ ପାକଲାପଲ୍ଲୀ ଏରୋଗୋଲା ସାହି, ଠେଙ୍ଗାପଲ୍ଲୀ ଏରୋଗୋଲା ସାହି, ଜଗନ୍ନାଥ ପଲ୍ଲୀ ଏରୋଗୋଲା ସାହି, ବାଲିସିରା ଓ କୁମାଗଡ଼ ଅଂଚଳରେ ଚଢ଼ାଉ କରାଯାଇ 1693 ଲିଟର ଚୋରା ହାତ ରନ୍ଧା ମଦ ଏବଂ 11415ଲିଟର ଗୁଡ ମିଶ୍ରିତ ପୋଚକୁ ନଷ୍ଟ କରିବା ସହ ମଦ ରୋଷେଇ ରେ ବ୍ୟବହୃତ ବିପୁଳ ସାମଗ୍ରୀ ଜବତ କରାଯିବ ସହ ମଦ ପ୍ରସ୍ତୁତି ଓ ବିକ୍ରି ସମ୍ପୃକ୍ତିରେ ପନ୍ଦରଟି କେଶ ରୁଜୁ ହୋଇଥିବାବେଳେ ବାର ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଆଜିର ଏହି ଚଢ଼ାଉ ରେ ଜିଲ୍ଲା ର ଅବକାରୀ ବିଭାଗ ଓ ଆସିକା ପୋଲସ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here