ଗଜପତି ପୋଲିସ ଦ୍ୱାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

0
703

ବ୍ରହ୍ମପୁର/ ଗଜପତି (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଆଜି ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଗଜପତି ପୋଲିସ ପକ୍ଷରୁ ଆୟୋଜିତ ଏହି ଶିବିରକୁ ଗଜପତି ଏସ.ପି ସୁଶ୍ରୀ ସାରା ଶର୍ମା ଉଦଘାଟନ କରିଥିବା ବେଳେ ଆଦର୍ଶ ଥାନା ଅଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁ ଏହାକୁ ପରିଚାଳନା କରିଥିଲେ |
ରାଣୀପେଣ୍ଠ ଖ୍ରୀଷ୍ଟିୟାନ ଚକ୍ଷୁ ଡାକ୍ତରଖାନାର ଅଭିଜ୍ଞ ଚକ୍ଷୁ ଡ଼କ୍ଟର ନିର୍ମଳ ରାଓ ଓ ଡାକ୍ତରଖାନା କର୍ମଚାରୀମାନଙ୍କ ଦ୍ୱାରା ଏହି ଶିବିର କାର୍ଯ୍ୟକାରୀ ହୋଇପାରିଥିଲା | ପାରଳାଖେମୁଣ୍ଡି ସହରର ୧୨୦ ବରିଷ୍ଠ ନାଗରିକ ସମେତ ଗଜପତି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଶତାଧିକ ଲୋକ ଏହି ଶିବିରରେ ମାଗଣାରେ ଚକ୍ଷୁ ଚିକିତ୍ସା କରିବା ସହ ଔଷଧ ପାଇଥିଲେ |

LEAVE A REPLY

Please enter your comment!
Please enter your name here