କାନରେ ବଲ୍ ବାଜି ଏମବିବିଏସ ଛାତ୍ର ମୃତ

0
628

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ /ପ୍ରଣୟ ପଣ୍ଡା) : ଶୁକ୍ରବାର ଦିନ କ୍ରିକେଟ ଖେଳୁଥିବା ବେଳେ କାନରେ ବଲ୍ ବାଜିବାରୁ ଜଣେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ର । ସେ ବ୍ରହ୍ମପୁର ଲାଞ୍ଜିପଲିର ଲିଙ୍ଗରାଜ ସାହୁଙ୍କ ପୁଅ ବିଶ୍ୱଭୂଷଣ ସାହୁ ବୋଲି ଜଣାପଡିଛି । ଶୁକ୍ରବାର ସକାଳୁ ବିଶ୍ୱଭୂଷଣ ଏମକେସିଜି ମେଡିକାଲ ପଡିଆରେ ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳୁଥିଲେ ଏବଂ ଜଣେ ସାଙ୍ଗ ବୋଲିଂ କରୁଥିବା ବେଳେ ସେ ବ୍ୟାଟିଂ କରୁଥିଲେ । ଖେଳ ଭିତରେ ବଲଟି ବିଶ୍ୱଭୂଷଣଙ୍କ କାନରେ ବାଜିଥିଲା। ସେ ସଙ୍ଗେ ସଙ୍ଗେ ଅଚେତ ହୋଇ ପଡି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ତୁରନ୍ତ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏମକେସିଜି ଫାଣ୍ଡି ପୁଲିସ ପହଞ୍ଚି ମୃତ ଡାକ୍ତରୀ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବିଶ୍ୱଭୂଷଣଙ୍କ ବିୟୋଗରେ ପରିବାର ସଦସ୍ୟ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here