ବିଜୁଳି ଚୋରି ଧରାଇଲେ ମିଳିବ ପୁରସ୍କାର

0
715

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ): ଏଣିକି ବିଜୁଳି ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଯେଉଁମାନେ ବିଜୁଳି ଚୋରି କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଆଦାୟ ଜରିମାନା ରାଶିର ୧୦% ସୂଚନାଦାତା ପାଇବେ। ତେବେ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ। ଆସନ୍ତା ୨ ଅଥବା ୩ ମାସ ମଧ୍ୟରେ ସେସୁ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଗୁରୁବାର ସେସୁ ସିଇଓ ତଥା ପୋଲିସ ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଏଥିସହ ଗ୍ରାମରେ ସେସୁର ନେଟ୍ଓ୍ବାର୍କ ବଢ଼ାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏସ୍ଏଚ୍ଜି ମହିଳା ବିଜୁଳି ବିଲ୍ ଆଦାୟ ଓ ମିଟର ରିଡିଂ କରିବେ ବୋଲି ନିଷ୍ପତି ହୋଇଛି। ତେବେ ସୋସିଆଲ ମିଡିଆ ଯୁଗ ହୋଇଥିବାରୁ ଯଦି କୌଣସି ବିଦ୍ୟୁତ ଚୋରି ସମ୍ପର୍କରେ ଖବରଦାତା ଜଣାନ୍ତି ତାଙ୍କ ନାମ ଗୋପନ ରଖାଯାଇ ପୁରସ୍କୃତ କରାଯିବ ବୋଲି ସେ ମଧ୍ୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here