ଦେଶୀ ମଦ ଭାଟି ଉପରେ ଚଢ଼ାଉ, ଚାରି ଜଣ ଗିରଫ

0
654

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମଦ ଭାଟି ଭାଙ୍ଗି ମଦ,ମଦ ତିଆରି ପୋଚ ଜବତ କରିବା ସହ ଦୁଇ ମହିଳା ଓ ଦୁଇ ପୁରୁଷକୁ ଗିରଫ କଲା କୋଦଳା ପୋଲିସ । ଚୋରା ମଦ ତିଆରି ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଗଂଜାମ ଏସ୍.ପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓଙ୍କ ତତ୍ତ୍ୱାବଧାନରେ କୋଦଳା ଥାନା ଅଧିକାରୀ ଶ୍ରୀ ଦେବାଶିଷ ମହାନ୍ତି ଓ ତାଙ୍କ ଟିମ କୋଦଳା ମରାଠି ସାହିରେ ଚଢ଼ାଉ କରିଥିଲେ ଏବଂ ନାଗେଶ୍ୱର ପ୍ରଧାନ,ଅନପୁର୍ଣ୍ଣା ପ୍ରଧାନ,ଏସ. ବାବୁ ଓ ଏମ.ସାବିତ୍ରୀକୁ ଗିରଫ କରିଥିଲେ । ଘଟଣା ସ୍ଥଳରୁ ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ୪୦୦୦ ଲିଟର ମଦ ତିଆରି କରିବା ପାଇଁ ଥିବା ପୋଚକୁ ନଷ୍ଟ କରିଥିଲେ ପୋଲିସ । ଏହାକୁ ଭିତି କରି କେଶ ନଂ୩୨୯/୩୩୦ /୩୩୧/୩୩୨ ରୁଜୁ କରାଯାଇଛି ।ଏହା ସହ ମଦ ଭାଟି କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନଷ୍ଟ କରା ଯାଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here