ରାଇକିଆରେ ପ୍ରବଳ ଶିତ ସାଙ୍ଗକୁ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

0
264

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ଲଗାତର ଦୁଇଦିନ ହେବ ତାପମାତ୍ରା ସର୍ବନିମ୍ନ ରହି ଦିନ ତମାମ ପାଗ କୋହଲିଆ ରହିବା ସହ ପ୍ରବଳ ଶିତ ଅନୁଭୂତ ହେଉଅଛି । ରବିବାର ଦିନ ୯ ଡିଗ୍ରୀ ରହିଥିବାବେଳେ ସୋମବାର ୬ ଡିଗ୍ରୀକୁ ପାରଦ ଖସିଆସି ରାଇକିଆ ଏବଂ ଏହାର ଆଭ୍ୟନ୍ତରଣ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ତୁଷାରପାତ ହୋଇଥିଲା । ରାଇକିଆ ମଣ୍ଡାସରୁ ଠାରେ ଏକ ଖୋଲା ପଡିଆ ଏବଂ ରାଇକିଆ ଅଗ୍ନିଶମ କାର୍ଯ୍ୟାଳୟ ଠାରେ ତୁଷାରପାତ ଦେଖିବାକୁ ପ୍ରବଳ ଭିଡ ଜମିଥିଲା । ଥଣ୍ଡା ବଢିବା ସହ ପାରଦ ଖସି ତାପମାତ୍ରା ୬ ଡିଗ୍ରୀ ରହିବା ଦ୍ଵାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଥଣ୍ଡା ପାଇଁ ସକାଳ ୯ ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ପ୍ରବଳ ଥଣ୍ଡା ଅନୁଭୂତ ହେଇଥିବାରୁ ସନ୍ଧ୍ୟା ୮ ଟା ପରେ ଦୋକାନ ବଜାର ବନ୍ଦ ହୋଇଯିବା ସହ ରାସ୍ତାଘାଟ ଶୁନଶାନ ହୋଇଯାଉଅଛି । ଲୋକମାନେ ଶିତ ଦାଉରୁ ରକ୍ଷା ପାଇବା ପାଈଁ ସକାଳେ ଓ ସନ୍ଧ୍ୟାରେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳୁଛି ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here