ବୃଦ୍ଧ ଦମ୍ପତି ଉପରେ ୭ ପ୍ରାଣୀଙ୍କ ବୋଝ , ବିକଳାଙ୍ଗ ନାତିକୁ ସରକାରୀ ସହାୟତା ଦାବି

0
283

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ଆଦିବାସୀ ଉପାନ୍ତ ଅଞ୍ଚଳର ଏକ ଗରିବ ଅସହାୟ ପରିବାରର ଦୁଃଖ ପ୍ରଶାସନ ପାଈଁ ଏକ ଆହ୍ୱାନ ସୃଷ୍ଟି କରିଛି । ଘରେ ଦୁଇ ବୃଦ୍ଧା ଦମ୍ପତି ଙ୍କୁ ମିଳୁନି ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ,ଏପଟେ ପୁଅ ଛେଉଣ୍ଡ ବିଧିବା ବୋହୁ ର ଶରୀର ଅସୁସ୍ତ ଓ ୯ବର୍ଷ ର ବିକଳାଙ୍ଗ ନାତି ଓ ଝିଅ ନାତି ର ଭୋରଣ ପୋଷଣ । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ବାଲେଙ୍ଗା ପଞ୍ଚାୟତ ର ବରଗାଁ ଗ୍ରାମରେ । ଗ୍ରାମର ନନ୍ଦ ଗୌଡ଼ (୭୦) ଓ ସତାୟୀ ଗୌଡ଼(୬୮)ଙ୍କ ପୁଅ ସୋମନାଥ ଗୌଡ଼(୪୫) ଙ୍କ ପାଞ୍ଚ ପୁଅ ଗୋଟିଏ ଝିଅ ,ସେଥି ଭିତରୁ ସାନ ପୁଅ ମୋତିସିଂ ଗୌଡ଼ (୯) ଅନ୍ଧ ଓ ମୁକ ହୋଇଥିବାବେଳେ ସୋମନାଥ ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ମୋନକୀ ଗୌଡ଼(୩୭)ଙ୍କ ଶରୀର ସମ୍ପୂର୍ଣ୍ଣ ଅସୁସ୍ଥ । ସୋମନାଥ ଙ୍କ ମୃତ୍ୟୁ ପରେ ବାପା ନନ୍ଦ ଗୌଡ଼ ଓ ମା ସତାୟୀ ଗୌଡ଼ ଙ୍କ ଉପରେ ଏହି ପାଞ୍ଚ ପୁଅ ଓ ଝିଅର ଦାୟିତ୍ୱ ଆସିଛି । ବୃଦ୍ଧା ଦମ୍ପତି ସେହି ଦିବ୍ୟାଙ୍ଗ ନାତି କୁ ଧରି କୋଷାଗୁମୁଡ଼ା କୁ ଆଧାର କାର୍ଡ ଓ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ବାରମ୍ବାର ଆସି ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାର କହିଛନ୍ତି । ଏପଟେ ଆଧାର କାର୍ଡ ପାଇଁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ନଥିଲେ ହେବ ନାହିଁ ବୋଲି ଆଧାର କାର୍ଡ ପରିଚାଳକ କହୁଥିବା ବେଳେ ବାଲେଙ୍ଗା ସରପଞ୍ଚ କହିଛନ୍ତି ଯେ, ସେମାନଙ୍କ ବ୍ୟବସ୍ଥା ଅତି ଶୀଘ୍ର କରାଯିବ । ଏହି ବିଷୟରେ ବୃଦ୍ଧା ଦୁହେଁ ଅନେକ ଥର ଗୁହାରି କରିଥିଲେ ମଧ୍ୟ କିଛି ହୋଇନାହିଁ ଓ ଦୁଇ ଜଣଙ୍କ ପ୍ରାପ୍ତ ବୟସ ହେଲେ ସୁଦ୍ଧା ଆମ୍ଭର ବାର୍ଦ୍ଧକ୍ୟ ଭତ୍ତା ଦେଉନଥିବା ବୋଲି ଅଭିଯୋଗ କରିଛନ୍ତି । ତାଙ୍କରି ନାତି କୁ କେବଳ ପଞ୍ଚାୟତ ତରଫରୁ ମାସକୁ ୫୦୦ ଟଙ୍କା ମିଳୁଥିବା ବେଳେ ଅନ୍ୟାନ୍ୟ ବିକଳାଙ୍ଗ ସହାୟତା ରୁ ସମ୍ପୂର୍ଣ୍ଣ ବଞ୍ଚିତ ବୋଲି ବୃଦ୍ଧା ଦମ୍ପତି ପ୍ରକାଶ କରିଛନ୍ତି । ଘର ର ଭୋରଣ ପୋଷଣ କରିବା ପାଈଁ କୁଲି ମଜୁରୀ କରି ଯାହା ଦୁଇ ପଇସା ମିଳେ ସେଥିରେ ଘର ଚଳେ । ୭ ପ୍ରାଣୀ କୁଟୁମ୍ବ ଚଳିବା ପାଈଁ ବହୁ କୋଷ୍ଟକର ହୋଇ ପଡିଥିବା ବେଳେ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତ ସପନ ହୋଇପଡିଛି । ଏଣୁ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ରିପୋର୍ଟ :ଯୋଗେନ୍ଦ୍ର ମହାନ୍ତି

LEAVE A REPLY

Please enter your comment!
Please enter your name here