ରାୟଗଡ଼ା କାର୍କାମାର୍କା ଜଙ୍ଗଲ ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

0
594

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲ ରେ ଯବାନଙ୍କ ମିଳିତ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ମିଳିଛି । ମାଓକ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲ ମାଓବାଦୀ ଲୁଚିରହିଥିବା ଖବରପାଇ ସର୍ଚ୍ଚ ଅପରେସନ ସମୟରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ଯବାନମାନଙ୍କୁ ଦେଖି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ମାଓ କ୍ୟାମ୍ପରେ ୧୦ ରୁ ୧୨ ଜଣ ମାଓବାଦୀ ରହୁଥିବା ଅନୁମାନ କରାଯାଉଛି । କ୍ୟାମ୍ପରୁ ଏକ ଲ୍ୟାଣ୍ଡମାଇନ ମିଳିଥିବା ବେଳେ ତାକୁ ଯବାନ ମାନେ ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରିଦେଇଛନ୍ତି । କ୍ୟାମ୍ପରୁ ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ କିଛି ଔଷଧ, ଖାଦ୍ୟ ସାମଗ୍ରୀ, ପୋଷାକ, ଛତା, ପାଣି ବୋତଲ ଓ ୧୦ଟି ପଲିଥିନ ମିଳିଥିବା ଜଣାପଡିଛି । ଅପରେସନ ପରେ ଜବାନ ମାନେ ସୁରକ୍ଷିତ ଭାବରେ ଫେରିଆସିଥିବା ବେଳେ ପୋଲିସ ତରଫରୁ ବିଧିବଦ୍ଧ ଭାବେ କିଛି ସୁଚନା ଦିଆଯାଇନାହିଁ ।

LEAVE A REPLY

Please enter your comment!
Please enter your name here