‘ମୋ ସ୍କୁଲ’ ମୋବାଇଲ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

0
621

ଭୁବନେଶ୍ୱର : ଆଜି ‘ମୋ ସ୍କୁଲ’ ମୋବାଇଲ ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଏହାକୁ ଉନ୍ମୋଚନ କରାଯାଇଛି। ମୋ ସ୍କୁଲର ୨ ବର୍ଷ ପୂର୍ତ୍ତି ଅବସରରେ ଏହି ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡି ହୋଇ ଅଧିକରୁ ଅଧିକ ଦାନ କରିପାରିବେ। ଏଥିସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇ ‘ମୋ ସ୍କୁଲ’ ଯୋଜନାର ସମୀକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ, ମୋ ସ୍କୁଲ ଅଧକ୍ଷ, ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ଏବଂ ମୁଖ୍ୟ ଶାସନସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଅକ୍ଟୋବର ୨୯ ତାରିଖ ସୁଦ୍ଧା ମୋ ସ୍କୁଲ କାର୍ଯ୍ୟକ୍ରମରେ ୧ ଲକ୍ଷ ୬୬ ହଜାର ୬୦୮ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି । ଏହି ୨ ବର୍ଷ ମଧ୍ୟରେ ୯ହଜାର ୯୮୫ଟି ବିଦ୍ୟାଳୟ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ ଅନୁଷ୍ଠାନର ବିକାଶରେ ଏହାର ପୁରାତନ ଛାତ୍ରଛାତ୍ରୀଙ୍କ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଗତ ଦୁଇ ବର୍ଷରେ ମୋ ସ୍କୁଲ କାର୍ଯ୍ୟକ୍ରମରେ ଅଭୂତପୂର୍ବ ସଫଳତା ମିଳିଛି । ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here