କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସଚିବ ଭି. କେ. କାର୍ତ୍ତିକ ପଣ୍ଡିଆନ

0
729

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ୫ଟି ସଚିବ ଭି.କେ.କାର୍ତ୍ତିକ ପାଣ୍ଡିଆନ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଫୁଲବାଣୀର ଗୁଦାରିରେ ଓଲ୍ହେହି ଫୁଲବାଣି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ପ୍ରଥମେ ସ୍ତ୍ରୀ ପ୍ରସୂତୀ ବିଭାଗ,ଶିଶୁ ବିଭାଗ ପରିଦର୍ଶନ କରିବା ସହ ରୋଗୀମାନଙ୍କୁ ଭେଟି ପଚରାଉଚରା କରିଥିଲେ । ତାପରେ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ଆଜି ମିଳିତ ନାଗରିକ ମଞ୍ଚ ପକ୍ଷରୁ ବାଇକ ରାଲି ସହିତ ଗଣ ଧାରଣା ମଧ୍ୟ ଦିଆ ଯିବାର ଥିଲା । ଗତ କାଲି ସାନ୍ଧ୍ୟରେ ପ୍ରଶାସନ ମିଳିତ ନାଗରିକ ମଞ୍ଚର ଆବାହକ ଶ୍ରୀ ଅଶୋକ ପରିଡାଙ୍କୁ ଡାକି ବାଇକ ରାଲି ଓ ଗଣଧାରଣାକୁ ସ୍ଥଗିତ କରିବା ପାଇଁ ଅନୁରୋଧ କରିଥିଲେ ବୋଲି ଶ୍ରୀ ପରିଡା ପ୍ରକାଶ କରିଥିଲେ। କିନ୍ତୁ ଏସ ପି ପ୍ରତୀକ ସିଂ ନାଗରିକ ମଞ୍ଚର ସଭାପତି ଡ଼ଃ ଅରୂପ କୁମାର ଜେନା,ଉପସଭାପତି ନବୀନ କିଶୋର ପଣ୍ଡା,ଆବାହକ ଅଶୋକ ପରିଡାଙ୍କୁ ମୁଖ୍ୟ ଶାସନ ସଚିବଙ୍କ ସହିତ ସାକ୍ଷାତ କରିବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ ଫଳରେ ନାଗରିକ ମଞ୍ଚ କନ୍ଧମାଳ ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ କରିବା ନେଇ ଆଲୋଚନା କରିଥିଲେ।ଏହିଭଳି ସହଯୋଗକୁ କନ୍ଧମାଳର ଜନସାଧାରଣ ଏସ ପି ଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣେଇଛନ୍ତି। ୫ଟି ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବ,ଅସିତ ତ୍ରିପାଠୀ ଓ ଏନ ଏଚ ଏମ ନିଦ୍ଧେଶିକା ସାଳିନୀ ପଣ୍ଡିତ ମଧ୍ୟ ଆସିଥିଲେ ଏଵଂ ପରେ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ।

LEAVE A REPLY

Please enter your comment!
Please enter your name here