ଛତ୍ରପୁରରେ ପୁଣି ଜଣେ ପାଗଳ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଲା ବ୍ରହ୍ମପୁରର ଟିମ କ୍ଲିନ ସିଟି ସଂଗଠନ।

0
708

ଛତ୍ରପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) :ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ଗରିବ ତଥା ଅସହାୟ ଲୋକଙ୍କୁ ସହାୟତା ଯୋଗାଇବା କାର୍ଯ୍ୟ ଜାରି ରହିଛି। ଗତକାଲି ଛତ୍ରପୁର ଠାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ସେବା ଯୋଗାଇ ଦିଆଯାଇଥିବା ବେଳେ ଆଜି ଟିମ ପକ୍ଷରୁ ଅନୁରୂପ ଭାବେ ଆଉ ଜଣେ ଗରିବ ତଥା ପାଗଳ ଵ୍ୟକ୍ତିଙ୍କୁ ସହାୟତା ଓ ସେବା ଯୋଗାଇ ଦିଆଯାଇଛିଯାହା ଟିମ ପକ୍ଷରୁ ଚାଲିଥିବା ଅଭିଯାନର ୨୬ତମ ଉଦ୍ଧାର କାର୍ଯ୍ୟ ବୋଲି ଜଣାପଡିଛି। ଆଜି ଛତ୍ରପୁର ସ୍ଥିତ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ନିକଟରୁ ଜି ତାରିଣୀ ଦୋରା ନାମକ ଜନୈକ ପାଗଳ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ତାଙ୍କର ଘର ଆସ୍କା ନିକଟସ୍ଥ ଧୋବାପଲ୍ଲୀରେ ବୋଲି ସେ ନିଜେ ସୂଚନା ଦେଇଛନ୍ତି। ତେବେ ମସ୍ତିଷ୍କ ବିକୃତି ପରେ ସେ ଦୀର୍ଘଦିନ ଧରି ଛତ୍ରପୁରରେ ଏଣେତେଣେ ବୁଲୁଛନ୍ତି। ତାରିଣୀଙ୍କୁ ଉଦ୍ଧାର ପରେ ତାଙ୍କର ସହମତି କ୍ରମେ ତଥା ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହଯୋଗରେ ଟିମ କ୍ଲିନ ସିଟି ସଦସ୍ୟଙ୍କ ଦ୍ୱାରା ସେବା ଓ ସହାୟତା ଯୋଗାଇ ଦିଆଯାଇଥିଲା। ତାରିଣୀଙ୍କୁ ସଫାସୁତୁରା କରି ନୂତନ ବସ୍ତ୍ର ପରିଧାନ କରିବା ପରେ ସେ ପାଗଳ ହେଲେ ସୁଦ୍ଧା ଟିମ ସଦସ୍ୟଙ୍କ ସେବାକୁ ଦେଖି ତାଙ୍କ ଆଖିରୁ ଲୁହ ଝରି ପଡିଥିଲା। ଏବଂ ସେ ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଓ ଆଶୀର୍ବାଦ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟରେ ଟିମ ପକ୍ଷରୁ ରାଜେଶ କୁମାର ସାହୁ, ରାଜେନ୍ଦ୍ର କୁମାର ପାତ୍ର, ଦିନେଶ ପଟ୍ଟନାୟକ, ସନ୍ତୋଷ ପାତ୍ର ଓ ଶକ୍ତିଧର ରାଜଗୁରୁ ଥିବାବେଳେ ଏଥିରେ ଛତ୍ରପୁରର ଏସ ରାମ ମୋହନ ରାଓ, ପୁଲିନ ପଟ୍ଟନାୟକ, ରୁଇନା ପଟ୍ଟନାୟକ, ରାଜେନ୍ଦ୍ର ପଲାଇ, ଜି ମନୋଜ ରେଡ୍ଡୀ, ଜଗନ୍ନାଥ ରାଓ, ବସନ୍ତ ବେହେରା କାଳି ସାହୁ ପ୍ରଦୋଷ ବେହେରା ଓ ଇ ନାଗେଶ୍ୱର ରାଓ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଟିମ କ୍ଲିନ ସିଟି ନିଜର ଏହି ନିଆରା ଅଭିଯାନକୁ ବ୍ରହ୍ମପୁର ସହରରେ ସୀମିତ ନରଖି ଜିଲ୍ଲା ତଥା ଜିଲ୍ଲା ବାହାରକୁ ମଧ୍ୟ ନେବ ବୋଲି ଜଣାପଡିଛି। ଏହି କ୍ରମରେ ଆସନ୍ତା ରବିବାର ୧୭ତାରିଖରେ ଟିମର ସଦସ୍ୟ ମାନେ ଗଜପତି ଏସ ପି ସାରା ଶର୍ମାଙ୍କ ଅନୁରୋଧକୁ ରକ୍ଷା କରି ପାରଳାଖେମୁଣ୍ଡି ଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସେଠାରେ ମଧ୍ୟ ଅସହାୟଙ୍କୁ ସେବା ଯୋଗାଇବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ଟିମ ସଦସ୍ୟଙ୍କ ଠାରୁ ସୂଚନା ମିଳିଛି। ଟିମ କ୍ଲିନ ସିଟିର ଏଭଳି ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here