ପୁଣି ଚର୍ଚ୍ଚାରେ ଜାଲି ଶିକ୍ଷକ,ବେଗୁନିଆପଡ଼ା ବ୍ଳକର ୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଡକ୍ୟୁମେଣ୍ଟ ତଦନ୍ତ ଦାବି କଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ

0
677

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଜାଲ୍ ପ୍ରମାଣ ପତ୍ର ଦେଇ ଗଂଜାମ ଜିଲ୍ଲାରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ବେଗୁନିଆପଡ଼ା ବ୍ଳକର ୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଜାଞ୍ଚ୍ କରିବାକୁ ଦାବି କରିଛି ଗଂଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ।କିଛି ଦିନ ତଳେ ଧରାକୋଟ ବ୍ଲକରେ ୪ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ପୋଲସରା ର ଜଣେ ଶିକ୍ଷକ ରମେଶ ଶବର ଅକ୍ଟୋବର ୨ ରେ ଚାକିରି ଛାଡିଛନ୍ତି। କିଛି ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଆଉ କିଛି ଚାକିରି ଛାଡ଼ିବାକୁ ଯୋଜନା କରୁଛନ୍ତି। ଜାଲ୍ ଜାତିଗତ ପ୍ରମାଣପତ୍ର, ମାର୍କ ଟେମ୍ପରିଂ କରି ବିଇଡି ରେ ନାମ ଲେଖାଇବା, ମାଟ୍ରିକ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ସାର୍ଟିଫିକେଟକୁ ଅତି ଚତୁରତାର ସହ ଚଞ୍ଚକତା କରି ଚାକିରୀ ହାତେଇବା ସୂଚନା ତଥ୍ଯ ଆଧାରରେ ଜଣାପଡିବା ପରେ ଏନେଇ ବେଗୁନିଆପଡ଼ା ବ୍ଳକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୯ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତଦନ୍ତ ପରିସରକୁ ଅଣାଯାଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ମଞ୍ଚ ପକ୍ଷରୁ ଜିଲ୍ଲା ସଭାପତି ସମରଜିତ ମହାନ୍ତି ଏନେଇ ଶିକ୍ଷା ସଚିବ, ଗଣ ଶିକ୍ଷା ମନ୍ତ୍ରୀ, ଭିଜିଲାନ୍ସ ଡାଇରେକ୍ଟର, ମୁଖ୍ୟ ଶାସନ ସଚିବ, ଓପେପା ରାଜ୍ୟ ପ୍ରକଳ୍ପ ସଂଯୋଜକ, କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ, ଗଂଜାମ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନକୁ ଲିଖିତ ଅଭିଯୋଗ କରିଛି ମଞ୍ଚ। ତଦନ୍ତ କରି ବିଭାଗୀୟ ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ନହେଲେ ହାଇକୋର୍ଟରେ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛି ଗଂଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ।ବେଗୁନିଆପଡ଼ା ବ୍ଳକର ୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖଲ୍ଲିିକୋଟ ବ୍ଲକର ୩, ପୋଲସରା ୬, କବିସୂର୍ଯ୍ୟନଗର ବ୍ଲକ ୧୨, ଧରାକୋଟ ୭, ଶେରଗଡ଼ ବ୍ଲକର ଜଣେ ଶିକ୍ଷକଙ୍କ ସାର୍ଟିଫିକେଟ ତଦନ୍ତ କରାଯିବାକୁ ଦାବି କରାଯାଇଥିବା ଜଣାପଡିଛି। ଏନେଇ ବେଗୁନିଆପଡ଼ା ବ୍ଳକ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁଙ୍କୁ ପଚାରିବାରୁ ଅଭିଯୋଗ ହୋଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଜାଞ୍ଚ୍ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here