ଲଗାଣ ବର୍ଷା ପରେ ଭୁସୁଡ଼ିଲା ଘର

0
233

ଭଞ୍ଜନଗର : ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଂଚୟତ କଲ୍ୟାଣପୁର ଗ୍ରାମରେ ଲକ୍ଷ୍ମୀ ଗୌଡ଼ଙ୍କ ବାସଗୃହର କାନ୍ଥ ଭୁଷୁରୀ ଅଳ୍ପକେ ଜୀବନ ବଂଚିଯାଇଛି । ଗତ କିଛିଦିନ ହେଲା ଲଗାଣ ବର୍ଷା ଲାଗିରହିଥିବା ଫଳରେ କଚ୍ଚା ଘରର ମାଟି କାନ୍ଥ ଭୁଶୁରୁଛି । ଲକ୍ଷ୍ମୀ ଗୌଡ଼ଙ୍କ ସ୍ୱାମୀ ଜଣେ ଛୋଟ ବୁଲା ବ୍ୟବସାୟୀ ଭାବେ ଯାହା ରୋଜଗାର କରି ଆଣନ୍ତି ସେଥିରେ ତାଙ୍କର ପରିବାର ଚଳେ । ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର । ଦୀର୍ଘ ବର୍ଷ ହେଲା ଏକ କଚ୍ଚା ଘରେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚାଳି ଆସୁଥିବାବେଳେ ଏବେ ଲଗାଣ ବର୍ଷା ଦାଉ ସାଧିଛି । ଦୁଇ ବଖରା ମଧ୍ୟରୁ ଦଣ୍ଡ ଘରର କାନ୍ଥ ଟି ବର୍ଷା ପାଣିରେ ଵତୁରି ଗତକାଲି ରାତିରେ ପଡିଯାଇଛି । ସେହି ଘରେ ଗୋଟିଏ ବ୍ୟାଞ୍ଚ ପକାଇ ପରିବାରର ମୁଖ୍ୟ ପ୍ରହଲ୍କାଦ ଗୌଡ଼ ସୋଇଥିଲେ ହଠାତ ଗୋଟିଏ ଶବ୍ଦ ଶୁଣି କାନ୍ଥ ପଡିଯିବା ସେ ଜାଣି ପାରିଥିଲେ ଓ ସେଠାରୁ ଉଠି ଜିନିଷ ପତ୍ର ଗୁଡ଼ିକ ବାହାର କରିଥିଲେ । ଅଳ୍ପକେ ଜୀବନ ବଞ୍ଚି ଯାଇଥିବା ସେ ପ୍ରକାଶ କରିଛନ୍ତି । ସରକାର ଙ୍କ ପକ୍ଷରୁ ତାଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ସାହିବାସିନ୍ଦା ନିବେଦନ କରିଛନ୍ତି । ତୁରନ୍ତ ତାଙ୍କୁ ଆବାସ ଟିଏ ପ୍ରଦାନ କରାଯାଉ ବୋଲି ଲକ୍ଷ୍ମୀ ମଧ୍ୟ ନିବେଦନ କରିଛନ୍ତି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here