ନିଜ ଗାଁକୁ ଫେରୁଛନ୍ତି ଦାଦନ ଶ୍ରମିକ;କିଛି ଶ୍ରମିକଙ୍କୁ ଗ୍ରାମବାସୀଙ୍କ ବିରୋଧ,ଗାଁରେ କରୋନାର ଭୟ

0
541

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ମୋହନା ବ୍ଲକର କର୍ଚ୍ଚବାଡି,ପାଣୀଗାଣ୍ଡା,ଆଲିଗଣ୍ଡା ଓ ଦୁର୍ଗମ ଗରଡମା ପଂଚାୟତଗୁଡ଼ିକରେ ଏବେ ଦାଦନ ଶ୍ରମିକ ନିଜ ନିଜ ଗାଁକୁ ଫେରିବାରେ ଲାଗିଥିବା ବେଳେ ଗାଁକୁ ପୁରାଉନାହାନ୍ତି ଗ୍ରାମବାସୀ | ମୋହନା ଅଂଚଳରୁ ଶହ ଶହ ଶ୍ରମିକମାନେ କେରଳ,ହାଇଦ୍ରାବାଦ,ମୁମ୍ବାଇ,ଗୋଆ ଆଦି ସ୍ଥାନକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିବାବେଳେ ଏବେ କରୋନା ଭୟରେ ନିଜ ଗ୍ରାମକୁ ପ୍ରତ୍ୟାବର୍ତନ କରୁଛନ୍ତି | ଯାହାକୁ ନେଇ ଗ୍ରାମବାସୀଙ୍କ ମନରେ କରୋନା ଭୟ ଦେଖିବାକୁ ମିଳିଛି | ମୋବିଲି ଗ୍ରାମର କିଛି ଶ୍ରମିକ ମାନେ ମେଡିକାଲ ଟେଷ୍ଟ ସାରି ଗାଁକୁ ଫେରିଥିବା ବେଳେ ଅନ୍ୟ କିଛି ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇନଥିବାରୁ ଗ୍ରାମରେ ପ୍ରବେଶକୁ ନେଇ ବିରୋଧ କରିଛନ୍ତି | ସମ୍ପୃକ୍ତ ଶ୍ରମିକ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି |
ଏବେ ସୁଦ୍ଧା ୫୦ ରୁ ଉର୍ଦ୍ଧ ଦାଦନ ଶ୍ରମିକ ବାହ୍ୟ ରାଜ୍ୟରୁ ଫେରିଥିବାବେଳେ ଆଉ କିଛି ପରିବାରଙ୍କ ସମ୍ପର୍କୀୟ ଫେରିନଥିବାରୁ ତାଙ୍କ ପରିବାର ଲୋକ ଦୁଃଖ ଅବସ୍ଥାରେ ଅଛନ୍ତି | ପ୍ରଶାସନ ତରଫରୁ ଫେରୁଥିବା ଦାଦନ ଶ୍ରମିକମାନଙ୍କ ମେଡିକାଲ ଟେଷ୍ଟ କରିବା ସହ କରୋନା ସଂକ୍ରମଣ ସଂକ୍ରାନ୍ତରେ ଜନ ସଚେତନ କରିବାକୁ ଦାବୀ କରିଥିବା ବିଡ଼ିଓ କହିଛନ୍ତି ,ଫେରୁଥିବା ଶ୍ରମିକମାନଙ୍କ ମେଡିକାଲ ଟେଷ୍ଟ କରିବା ସହ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବ |

LEAVE A REPLY

Please enter your comment!
Please enter your name here