ଦୁଇମାସ ଧରି ଶାଳିଆ ଗେଟ୍ ରେ ପଡିଛି ତାଲା, ପର୍ଯ୍ୟଟକ ନିରାଶ।

0
1038

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟର ଅନ୍ୟତମ ଟୁରିଜିମ୍ ପ୍ଲେସ୍ ଭାବେ ପରିଚିତ ଶାଳିଆ ଡ୍ଯାମ। ଗଂଜାମ ଖୋର୍ଦ୍ଧା ତଥା ବେଗୁନିଆପଡ଼ା ବ୍ଳକର କୁମାରୀପାରୀ ନିକଟରେ ଥିବା ବହୁ ପୁରାତନ ଏହି ଡ୍ଯାମ ପିକ୍ନିକ୍ ପାଇଁ ଅନ୍ଯତମ ସ୍ଥାନ ଭାବେ ଜଣାଶୁଣା ଥିବା ବେଳେ ଏବେ ଦୁଇମାସ ଧରି ଡ୍ଯାମର ମୁଖ୍ୟ ଫାଟକରେ ତାଲା ଝୁଲୁଛି। ଡ୍ଯାମର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଥିବା ମୁଖ୍ୟ ରାସ୍ତା ଫାଟକରେ ତାଲା ଝୁଲୁଥିବାରୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି।
ବହୁ ପୁରାତନ ଏହି ପ୍ରସିଦ୍ଧ ଟୁରିଜିମ୍ ପ୍ଲେସ୍ ରେ ପ୍ରତିଦିନ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଦୂର ସ୍ଥାନରୁ ମଧ୍ଯ ବୁଲିବା ପାଇଁ ପର୍ଯ୍ୟଟକ ଆସୁଥିବା ବେଳେ ଦୁଇମାସ ଧରି ତାଲା ଝୁଲିବା ପର୍ଯ୍ୟଟକଙ୍କୁ ନିରାଶ କରିଛି। ଦୁଇମାସ ତଳେ ଜଣେ ବ୍ଯକ୍ତିଙ୍କର ଏଠାରେ ଗଳିତ ଶବ ଉଦ୍ଧାର କରାଯାଇଥିବା ଏବଂ ସେହି ଦିନ ଠାରୁ ମୁଖ୍ୟ ଫାଟକ ବନ୍ଦ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ କାହଁକି ଗେଟ୍ ବନ୍ଦ ରହିଛି ସେ ନେଇ କୌଣସି ଠୋସ୍ ଉତ୍ତର ମିଳିନଥିବା ବେଳେ ଏଠାରେ ଥିବା କାର୍ଯାଳୟ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।କିଛି ପର୍ଯ୍ୟଟକ ମାନେ ଗେଟ୍ ଡେଇଁ ଭିତରକୁ ଯାଉଥିବା ବେଳେ ମହିଳା ପର୍ଯ୍ୟଟକ ମାନେ ଆଦୌ ଭିତରକୁ ଯାଇ ନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି। ଡ୍ଯାମର ମୁଖ୍ୟ କତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଗେଟ୍ ଖୋଲିବା ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ।

LEAVE A REPLY

Please enter your comment!
Please enter your name here