ଗଞ୍ଜାମ ଜିଲ୍ଲାରେ ମୋ ପରିବାର ମୋ ଅଧିକାର ସଚେତନତା ରଥକୁ ଶୁଭାରମ୍ଭ କଲେ ବାଚସ୍ପତି।

0
857

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ)-: ଶିଶୁଙ୍କ ଯତ୍ନ ପରିବାରର ଦାୟିତ୍ୱ। ଏଣୁ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମୋ ପରିବାର ମୋ ଅଧିକାର ଅଭିଯାନ। ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ। ଆଜି ସ୍ଥାନୀୟ ରାଜସ୍ୱ ବଙ୍ଗଳା ଠାରେ ସ୍ବେଛାସେବୀ ଅନୁଷ୍ଠାନ ଅରୁଣା ଓ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସି.ଆର.ଏସ ର ମିଳିତ ଉଦ୍ୟମରେ “ମୋ ଅଧିକାର ମୋ ପରିବାର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁରର ପୁର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ। ଆଜିଠାରୁ ବାହାରିଥିବା ସଚେତନତା ରଥ ଗ୍ରାମକୁ ଗ୍ରାମ ପରିକ୍ରମା କରି ଲୋକଙ୍କ ମଧ୍ୟରେ ମୋ ପରିବାର ମୋ ଅଧିକାର ଓ ଶିଶୁଙ୍କ ଯତ୍ନ କ୍ଷେତ୍ରରେ ପରିବାରର ଭୂମିକା ସମ୍ପର୍କରେ ଅବଗତ କରାଇବ।

LEAVE A REPLY

Please enter your comment!
Please enter your name here