ପୁରୀ ଥଇଥାନ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0
686

ଭୁବନେଶ୍ୱର : ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ କାର୍ଯ୍ୟ ଯୋଗୁଁ ଯେଉଁମାନେ ବିସ୍ଥାପିତ ହୋଇଛନ୍ତି, ସେମାନଙ୍କ ଥଇଥାନ ପାଇଁ କ୍ଷତିପୁରଣ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଦିନ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତି ଅଧିଗ୍ରହଣ ପାଇଁ ରାଇଟ୍ ଟୁ ଫେଆର କମ୍ପେନସେସନ୍ ଆଣ୍ଡ ଟ୍ରାନ୍ସପରେନ୍ସି ଆକ୍ଟ ୨୦୧୩ ଅନୁଯାୟୀ ସ୍ୱତନ୍ତ୍ର ଥଇଥାନ୍ ଓ ପୁନର୍ବାସ ପ୍ୟାକେଜ୍ ଘେଷଣା ହୋଇଛି । ବାସଗୃହ, ଦୋକାନ ଓ ଲଜ୍ ଗୁଡ଼ିକ ପାଇଁ କ୍ଷତିପୁରଣ ପ୍ୟାକେଜ୍ ଘୋଷଣା ହୋଇଥିବା ବେଳେ, ଭଙ୍ଗା ଯାଉଥିବା ମଠଗୁଡ଼ିକ ପାଇଁ ଥଇଥାନ, ସଂରକ୍ଷଣ, ପୁନର୍ବାସ ବ୍ୟବସ୍ଥା କରାଯିବାକୁ ଘୋଷଣା ହୋଇଛି ।
୩ଟି ଇଚ୍ଛାଧିନରୁ ଗୋଟିଏକୁ ବାଛିବେ ବିସ୍ଥାପିତ ପରିବାର । ଏକକାଳୀନ ୩୦ ଲକ୍ଷ ନେଇପାରିବେ କିମ୍ବା ୫୨୦ ବର୍ଗଫୁଟ ପରିମିତ ଘର ନେଇପାରିବେ କିମ୍ବା ଶ୍ରୀମନ୍ଦିରଠାରୁ ୨ କିମି ଅଞ୍ଚଳ ମଧ୍ୟରେ ୪୦x୨୫ ଫୁଟର ଜାଗା ନେଇପାରିବେ । ସ୍ଥାନାନ୍ତରିତ ହୋଇଥିବା ପରିବାର ଗୁଡ଼ିକର ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରାଯିବ । ଜାଗା ବା ଘର ପାଇବା ଯାଏଁ ମିଳିବ ମାସିକ ୧୦ହଜାର ଟଙ୍କା ଘରଭଡା ।
୨ଟି ଇଚ୍ଛାଧିନରୁ ଗୋଟିଏକୁ ବାଛିବେ ଦୋକାନଘର ହରାଇଥିବା ବିସ୍ଥାପିତ । ଏକକାଳୀନ ପରିବହନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କାର ସହାୟତା କିମ୍ବା ସାନ, ମଧ୍ୟମ ଓ ବଡ଼ ଦୋକାନ ପାଇଁ ମାସିକ ୫ ହଜାର,୧୦ ହଜାର,୧୫ ହଜାର ଟଙ୍କା ଲେଖାଏଁ ଭଡ଼ା ସହାୟତା ଦିଆଯିବ କିମ୍ବା ପୁରୀରେ ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ ।
ବିସ୍ଥାପିତ ଲଜ୍ ମାଲିକଙ୍କୁ ପୂନର୍ବାସ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଦିଆଯିବ । ୩ ହଜାର ବର୍ଗଫୁଟର ଅଧିକ ଅଞ୍ଚଳରେ ଥିବା ଲଜ୍ଗୁଡିକୁ ୧୦ ଲକ୍ଷ ଟଙ୍କା ଏବଂ ୩ ହଜାର ବର୍ଗଫୁଟରୁ କମ ଲଜ୍ ପାଇଁ ୫ ଲକ୍ଷ ଟଙ୍କା ତୁରନ୍ତ ସହାୟତା ମିଳିବ। ପ୍ରତି ଲଜ୍କୁ ବର୍ଗଫୁଟ ପିଛା ମାସିକ ୨୫ ଟଙ୍କା ଲେଖାଏ ୧୮ ମାସ ସହାୟତା ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here