ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ।

0
738

ଗଂଜାମ(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନସ୍ଥ ବଡ଼ମାଧପୁର ମୁଖ୍ୟ ରାସ୍ତାରେ ବାଲି ବୋଝେଇ ଟ୍ରକ ଧକ୍କାରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଓ ଏଠାରେ ଥିବା ବାଲି ରେମ୍ପକୁ ବନ୍ଦ କରିବା ଦାବିରେ ବଡମାଧପୁର ଠାରୁ ତାରାତାରିଣୀ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି।ମୃତକଙ୍କ ପରିଚୟ ଜଣା ପଡିନାହିଁ। ଘଟଣା ସ୍ଥଳରେ ଛତ୍ରପୁର ଥାନା ଅଧିକାରୀ ଓ ଅତିରିକ୍ତ ତହସିଲଦାର ପହଂଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।

LEAVE A REPLY

Please enter your comment!
Please enter your name here