କାର୍ତ୍ତିକ ସୋମବାର ପାଇଁ ଧବଳେଶ୍ଵର ମନ୍ଦିର ଜନସମାଗମ।

0
675

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଥିଲା ପୁଣ୍ଯ ମାସ କାର୍ତ୍ତିକର ଚତୁର୍ଥ ସୋମବାର। ଅନ୍ୟ ମାସର ସୋମବାର ଅପେକ୍ଷା କାର୍ତ୍ତିକ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତ ମାନଙ୍କ ଗହଳି ଦେଖିବାକୁ ମିଳିଛି। ଗଂଜାମ ବେଗୁନିଆପଡ଼ା ବ୍ଳକ ସ୍ଥିତ ଶାକୁଂଡା ପ୍ରସିଦ୍ଧ ଧବଳେଶ୍ଵର ମହାଦେବଙ୍କ ପୀଠରେ ସକାଳୁ ସକାଳୁ ଭକ୍ତ ମାନଙ୍କ ଗହଳି ଦେଖିବାକୁ ମିଳିଥିଲା ।ବିଶେଷ କରି ମହିଳା ମାନେ ସୋମବାର ବ୍ରତ ପାଳନ କରୁଥିବାରୁ ଶିବ ମନ୍ଦିର ଯାଇ ସେଠାରେ ଭୋଳାନାଥକଂ ପୂଜାର୍ଚ୍ଚନା ସହ ନୈବେଦ୍ୟ ଅର୍ପଣ କରିଥିଲେ।ଆଖପାଖ ଅଞ୍ଚଳରୁ ପାଖାପାଖି ୨୦ ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଧବଳେଶ୍ଵର ମନ୍ଦିର କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବନ୍ଦବୋସ୍ତ କରାଯାଇଥିଲା। ବାବା ଧବଳଶ୍ବରକଂ ସ୍ବତନ୍ତ୍ର ଖେଚୁଡ଼ି ଭୋଗ ପାଇବା ପାଇଁ ଭିଡ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here