ଜାତୀୟ ସ୍କେଟିଂ ପ୍ରତିଯୋଗୀତା ପାଇଁ ରାଜ୍ୟ ସ୍ତରୀୟ ସ୍କେଟର ଚୟନ ଶିବିର ଅନୁଷ୍ଠିତ;ଯୋଗ୍ୟ ପ୍ରତିଯୋଗୀ ମନୋନୀତ

0
866

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ୫୭ତମ ଜାତୀୟ ରୋଲର ସ୍କେଟିଂ ଚମ୍ପିୟାନସିପ୍ ଡିସେମ୍ୱର ମାସ ୧୫ତାରିଖଠାରୁ ୨୪ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଚମ୍ପିୟାନସିପରେ ୧୫ରୁ ୧୭ତାରିଖ ପର୍ଯ୍ୟନ୍ତ କ୍ୟାଡେଟ୍ ଗ୍ରୁପ୍ ଓ ୧୮ରୁ୨୪ ତାରିଖରେ ସବ୍ ଜୁନିୟର, ଜୁନିୟର,ସିନିୟର ଓ ମାଷ୍ଟର ଗ୍ରୁପର ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାକୁ ଆନ୍ଧ୍ରପ୍ରଦେଶ ରୋଲର ସ୍କେଟିଂ ଆସୋସିଏସନ ପରିଚାଳନା କରୁଥିବା ବେଳେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ (ଆରଏସଏଫଆଇ) ପକ୍ଷରୁ ଆୟୋଜିତ କରାଯାଉଛି ।
ଏହି ଚମ୍ପିୟଆନସିପରେ ଓଡ଼ିଶାର ସମସ୍ତ ବର୍ଗର ସ୍କେଟର ମାନେ ଅଂଶ ଗ୍ରହଣ କରିବେ । ଏଥିପାଇଁ ଚୟନ ପକ୍ରିୟା ବ୍ରହ୍ମପୁରଠାରେ ରବିବାର ଦିନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସହର ଉପକଣ୍ଠ ଭାବନ୍ଧଠାରେ ଥିବା ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ଶେଷ ହୋଇଛି । ଏହି କ୍ୟାମ୍ପରେ ୫ବର୍ଷରୁ ୧୭ବର୍ଷର ସ୍କେଟର ଓ ତାଠାରୁ ଅଧିକା ବର୍ଗର ସ୍କେଟର ମାନେ ଅଂଶ ଗ୍ରହଣ କରିଥିଲେ ଏବଂ ଏଥିପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୪୦ ଜଣ ଉଭୟ ବର୍ଗ ବାଳକ ଓ ବାଳିକା ସ୍କେଟର ମାନେ ଏହି ଚୟନ ଶିବିରରେ ଅଂଶ ଗ୍ରହଣ କରିଥିଲେ ।

ଏଠାରେ ବ୍ରହ୍ମପୁର ସହରର ୭ରୁ ୯ବର୍ଷ ବୟସ ବାଳିକା ବର୍ଗରେ ଆଦ୍ୟାଶା ଆଦ୍ୟସ୍ମିତା ଓ ୯ରୁ୧୧ବର୍ଷ ବୟସ ବାଳିକା ବର୍ଗରେ ସ୍ୱସ୍ତିକା ପଣ୍ଡା ପ୍ରଥମ ସ୍ଥାନ ଏବଂ ୧୧ରୁ୧୪ବର୍ଷ ବୟସ ବାଳକ ବର୍ଗରେ ଶୋଭିତ ପୃଷ୍ଟି ଦ୍ଵିତୀୟ ସ୍ଥାନ ଅଧିକାର କରି ଏହି ଚମ୍ପିୟାନସିପରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଯୋଗ୍ୟ ପ୍ରତିଯୋଗୀମାନେ ଏଥି ସହିତ ନଭେମ୍ବର ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ବେଲଗାଓଁରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେବେ ଏବଂ ସେମାନେ କୋଚ ସିଏଚ.ସଞ୍ଜୟ କୁମାରଙ୍କ ଠାରୁ ତାଲିମ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here