ପୋଖରୀରୁ ଗଳିତ ଶବ ଉଦ୍ଧାର

0
633

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁଂପାପଡା ଗ୍ରାମରେ ହୋଇଛି ଅଘଟଣ। ଗ୍ରାମର ରାମଚନ୍ଦ୍ର ସାହୁଙ୍କ ପୁଅ ରବି ସାହୁ ଗତ ଶନିବାର ଦିନ ଘରକାମ ସାରି ପଞ୍ଚାୟତ ପଛ ପଟେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ତାଙ୍କର ଗୋଡ ଖସି ଯାଇଥିଲା ଫଳରେ ସେ ପାଣିରେ ବୁଡି ଯାଇଥିଲେ। ତାଙ୍କ ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ଗତ ରାତି ୧୦ ଟାରେ ତାଙ୍କର ସନ୍ଧାନ ମିଳିଥିଲା। ପୋଖରୀରୁ ରବି ସାହୁଙ୍କ ଗଳିତ ଶବ ଉଦ୍ଧାର ହେବା ପରେ ସ୍ଥାନୀୟ ସରପଞ୍ଚଙ୍କ ଖବର କ୍ରମେ ଜଗନ୍ନାଥପ୍ରସାଦ ଥାନା ପୋଲିସ ଘଟଣା ସ୍ଥଳରୁ ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛନ୍ତି।

LEAVE A REPLY

Please enter your comment!
Please enter your name here