ଓପିଟିସିଏଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

0
646

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଓପିଟିସିଏଲର ମୁଖ୍ୟ କାର୍ଯ୍ୟାଳୟଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ପରିବହନ ସଚିବ ଶ୍ରୀ ସଞ୍ଜୀବ ପଣ୍ଡା,ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାଧାରମଣ ପଣ୍ଡା ଏବଂ ବାଣିଜ୍ୟ ନିର୍ଦ୍ଦେଶକ ଶ୍ରୀ ମାନସ ଦାସ ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ସ୍କୁଲ କଲେଜ ଛାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତ୍ତି ପ୍ରତିଭାଙ୍କୁ ମୁଖ୍ୟଅତିଥି ଶ୍ରୀ ପଣ୍ଡା ପୁରସ୍କୃତ କରିଥିଲେ | ଓଡ଼ିଆ ବକୃତା ପ୍ରତିଯୋଗିତାରେ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟର ପୂଜା ମହାନ୍ତି ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ବର୍ଷାପ୍ରିୟଦର୍ଶିନୀ ଲେଙ୍କା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇଂରାଜୀ ବକୃତାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଆକାଂକ୍ଷା ମହାପାତ୍ର ଏବଂ ପ୍ରବନ୍ଧରେ କେ.ଅନିତା ପ୍ରଥମ ସ୍ଥାନ ଅଧିକାର କରିଥିଲେ |କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ବକୃତା ପ୍ରତିଯୋଗିତାରେ ଇଂ ଆଲୋକ ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ | ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ରଶେଖର ପ୍ରଧାନଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା |

LEAVE A REPLY

Please enter your comment!
Please enter your name here