ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ଦଳର ପ୍ରଶିକ୍ଷଣ ଶିବିର

0
369

ବ୍ରହ୍ମପୁର()ବ୍ରହ୍ମପୁର ସ୍ଥିତ ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବର୍ଗ ତଥା ସିନିୟର, ଜୁନିୟର ଓ ସବ-ଜୁନିୟର ବିଭାଗର ପ୍ରାୟ ୬୦ ଜଣ ବାଳକ ଓ ବାଳିକାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।ଏହି ଶିବିରକୁ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥ ଓ ସିନିୟର ଖେଳାଳି ଚକାଡୋଳା ପାଣିଗ୍ରାହୀ କ୍ରୀଡା ଶିକ୍ଷକ ବିନାୟକ ହୋତା, ଦଣ୍ଡପାଣି ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ବିଭିନ୍ନ ପ୍ରକାର ସ୍କିଲ୍ ଉପରେ ତାଲିମ ଦେବେ।ଆସନ୍ତା ମାସରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ରାଜ୍ୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଖେଳାଳିଙ୍କୁ ସିଲେକ୍ସନ କରାଯିବ ବୋଲି ହ୍ୟାଣ୍ଡବଲ୍ ଜିଲ୍ଲା ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ପାଢ଼ି ଜଣାଇଛନ୍ତି।ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ସମାଜସେବୀ ଲଳିତ ମଙ୍ଗରାଜ,ଜିଲ୍ଲା ସଂଗଠନର ଉପଦେଷ୍ଟା ତଥା ଯୁବନେତା ସଞ୍ଜିତ ପାଣିଗ୍ରାହୀ,ଜିଲ୍ଲା ହ୍ୟାଣ୍ଡବଲ୍ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳା,କର୍ମକର୍ତ୍ତା ଶକ୍ତିଧର ରାଜଗୁରୁ,ପ୍ରକାଶ ପଣ୍ଡା ଓ ଡାକ୍ତର ସିଏଚ.ମନୋଜ କୁମାର ପାତ୍ର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ଚାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here