ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ପି.ଭି. ସିନ୍ଧୁ

0
636

ବାସେଲ : ରବିବାର ଦିନ ଆଉ ଏକ ସ୍ବର୍ଣ୍ଣିମ ସଫଳତାର ଅଧିକାରିଣୀ ହୋଇଛନ୍ତି ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ । ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବ୍ୟାଡ୍ମିଣ୍ଟନର ସର୍ବୋଚ୍ଚ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନଶିପ୍ରେ ୨୪ ବର୍ଷୀୟା ସିନ୍ଧୁ ଏକତରଫା ବିଶିଷ୍ଟ ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ପ୍ରଥମ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଭାବେ ସେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସିନ୍ଧୁ ଏକତରଫା ଭାବେ ୨୧-୭, ୨୧-୭ ସିଧାସଳଖ ଗେମ୍ରେ ମାତ୍ର ୩୮ ମିନିଟ୍ର ମ୍ୟାଚ୍ରେ ଓକୁହରାଙ୍କୁ ପରାସ୍ତ କରିବାରେ ସମର୍ଥ ହୋଇଥିଲେ। ୨ ବର୍ଷ ତଳେ ଗ୍ଲାସଗୋରେ ଖେଳାଯାଇଥିବା ଏହି ସମାନ ପ୍ରତିଯୋଗିତାର ଫାଇନାଲରେ ଓକୁହରାଙ୍କ ନିକଟରୁ ହାରି ସିନ୍ଧୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଯାହାର ମଧୁର ପ୍ରତିଶୋଧ ବର୍ତ୍ତମାନ ସିନ୍ଧୁ ନେଇଛନ୍ତି। ଏଥିସହ ଏହି ସମ୍ମାନଜନକ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ସର୍ବାଧିକ ପଦକ ଜିତିବାରେ ଚାଇନାର ଝାଙ୍ଗ୍ ନିଙ୍ଗ୍ଙ୍କ ସହ ସିନ୍ଧୁ ସମକକ୍ଷ ହୋଇଛନ୍ତି |

LEAVE A REPLY

Please enter your comment!
Please enter your name here