ଦୁର୍ନିତୀ ନିବାରଣ ସତର୍କତା ସପ୍ତାହ ପାଳିତ

0
665

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ପ୍ରଣୟ ପଣ୍ଡା) : ବ୍ରହ୍ମପୁର ସହରସ୍ଥ ଗୁରୁକୁଳ ଇଣ୍ଟରନ୍ୟାସନାଲ ବିଦ୍ୟାଳୟ ପରିସରରେ ଦୁର୍ନିତୀ ନିବାରଣ ସତର୍କତା ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଏସିପି ମାୟାଧର ସ୍ୱାଇଁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ଅତିରିକ୍ତ ଭିଜିଲାନ୍ସ ଏସିପି ଶାନ୍ତନୁ ପାଢୀ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଦୁର୍ନିତୀ ନିବାରଣ ସମ୍ପର୍କରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ ସତର୍କତା କରାଇଥିଲେ । ଜୀବନରେ ସୁକର୍ମ ଓ ପ୍ରତ୍ୟେକ ଅର୍ଥକୁ ଅନର୍ଥ ନକରି ଯୁକ୍ତାତ୍ମକ ଓ ଗଠନମୂଳକ ଅର୍ଥ ବୁଝି ପ୍ରାରବ୍ଧ କର୍ମରୁ ମାନବ ଜୀବନର ମୂଲ୍ୟକୁ ଯଥାର୍ଥ କରି ରାଷ୍ଟ୍ରର କଲ୍ୟାଣ ସାଧନାରେ ନିଜକୁ ଉତ୍ସର୍ଗୀକୃତ କରିବା ସହ ମାନବ ଜୀବନର ଶୃଙ୍ଖଳା ରକ୍ଷା କରି “ମାନବ ସେବା ହିଁ ମାଧବ ସେବା” ତଥ୍ୟକୁ ଆଦରି ପାରିଲେ ସମାଜର ତୃଣମୂଳ ସ୍ତରରୁ ଦୃର୍ନିତୀର ମୂଳପୋଛ ହୋଇପାରିବ । ଉକ୍ତ କାର୍ଯ୍ୟକ୍ରମକୁ ନରସିଂହ ସାହୁ ପରିଚାଳନା କରିଥିବାବେଳେ ଗୁରୁକୁଳ ଇଣ୍ଟରନ୍ୟାସନାଲ ବିଦ୍ୟାଳୟର ସଭାପତି ପ୍ରଶାନ୍ତ ମହାପାତ୍ର ,ଉପଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକାରୀ ଚରଣ ବେହେରା,ରୋଟାରୀ କ୍ଲବ ପ୍ରେସିଡେଣ୍ଚ ମହେଶ ଜେନା , ରୋଟାରୀ କ୍ଲବ ସେକ୍ରେଟାରୀ ମନଜିତ ହୋତା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ଏବଂ ବିଦ୍ୟାଳୟର ସମ୍ପାଦିକା ଅନିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here