ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ଆତ୍ମରକ୍ଷା ତାଲିମ ଓ ସଚେତନତା କାର୍ଯ୍ୟକ୍ରମ “ମିଶନ ସୁରକ୍ଷା”

0
665

ଗଜପତି (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଗଜପତି ଜିଲ୍ଲା ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ଆତ୍ମରକ୍ଷା ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି “ମିଶନ ସୁରକ୍ଷା” । ଏ ହେଉଛି ଜିଲ୍ଲାର ମହିଳା ଓ ଯୁବତୀମାନଙ୍କୁ ଦକ୍ଷତାର ସହ ଆତ୍ମ ରକ୍ଷା ଦିଗରେ ସଶକ୍ତ କରାଇବା ଉଦ୍ଦେଶ୍ୟ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଉଦଘାଟିତ ଆଉ ଏକ ପଦକ୍ଷେପ । ଏସପି ସୁଶ୍ରୀ ସାରା ଶର୍ମା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ଆତ୍ମ ସୁରକ୍ଷା ବିଷୟରେ ସଚେତନ କରାଇଥିଲେ । ଏସପି ସାରା ଶର୍ମାଙ୍କ କହିବା ଅନୁଯାୟୀ ଆତ୍ମ-ସୁରକ୍ଷା କୌଶଳ ତାଲିମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯିବ। ଯାହା ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମନରେ ଆତ୍ମ ବିଶ୍ୱାସ ଓ ଧୈର୍ଯ୍ୟ ବଢିବ ଏବଂ ଆବଶ୍ୟକ ସ୍ଥଳେ ସେମାନେ ଧୈର୍ଯ୍ୟ ହରା ନ ହୋଇ ସାହାସ’ର ସହିତ ନିଜେ ନିଜର ଆତ୍ମସୁରକ୍ଷା ପାଇଁ ମୁକାବିଲା କରିପାରିବେ ।
ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଶ୍ରୀ ସୀତାରାମ ଶତପଥୀ, ଡିଏଫଓ ବିବେକ କୁମାର ତ୍ୟାଗୀ,ଯୁକ୍ତ-୨ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ମନୋରମା ଦେବୀ ଏବଂ ଯୁକ୍ତ-୩ ଡିଗ୍ରୀ ମହିଳା ମହାବିଦ୍ୟାଳୟର୍ ଅଧ୍ୟକ୍ଷା ଡ଼ଃ ରୀନା ସାହୁ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଆତ୍ମରକ୍ଷା କୌଶଳ ତାଲିମର ଆବଶ୍ୟକତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁକ୍ତ-୨ ଏବଂ ଯୁକ୍ତ-୩ ମହିଳା ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ,ଅଧ୍ୟାପିକା , କର୍ମଚାରୀ,ପୋଲିସ ଅଧିକାରୀ “ସି” ଟିମ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here