ରାଜ୍ୟ ସରକାର ବିରୁଦ୍ଧରେ ବର୍ଷିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ

0
218

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ର ଏକ କାର୍ଯ୍ୟକ୍ରମ ରେ ଯୋଗଦାନ କରି ରାଜ୍ୟ ସରକାର ଙ୍କ ବିରୋଧ ରେ ବର୍ଷିଲେ ଉମରକୋଟ ବିଧାୟକ ତଥା ରାଜ୍ୟ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ। ବିଜେପି ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ରାଜ୍ୟ ସରକାର ଙ୍କ ଅନିୟମିତତା, ଲାଞ୍ଚ କାରବାର, ଏବଂ ଦୂର୍ନୀତି ବିରୋଧ ରେ ଉଦ୍ବେଗ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ମଣ୍ଡଳ ବିଜେପି ସଭାପତି ଜେ ରାଜଶେଖର ରାଓ, ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ, ଜିଲ୍ଲା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶୁଭଜିତ୍ ପାଣିଗ୍ରାହୀ, ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା, ଡାବୁଗାଁ ଯୁବମୋର୍ଚ୍ଚା ସଭାପତି ଓ୍ବାଇ ରାଜ କୁମାର, ଉପ-ସଭାପତି ନରୁ ସିଂ, ଯୁବମୋର୍ଚ୍ଚା ମିଡ଼ିଆ ପ୍ରଭାରୀ ନିହାର ବିଷୟୀ ଓ ବଣ୍ଟି ସିଂ, ଜଳନ୍ଧର ପୂଜାରୀ, ମନବଦ୍ ଭତ୍ରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଡାବୁଗାଁ ମୁଖ୍ୟ ଛକ ରେ ଯୁବମୋର୍ଚ୍ଚା ପକ୍ଷରୁ ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶୁଭଜିତ୍ ପାଣିଗ୍ରାହୀ ପ୍ରତିବାଦ ସଭା କୁ ପରିଚାଳନା କରିଥିବା ସ୍ଥଳେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଦଳର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ ଉଦବୋଧନ ଦେଇଥିଲେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here