ମରଣ ଯନ୍ତା ପାଲଟିଛି ଉମରକୋଟ ଠାରୁ ଭାସ୍କଲ ଡ଼୍ୟାମ ରାସ୍ତା

0
519

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ଉମରକୋଟ ଠାରୁ ଚିକଲ ପଦର ଡ଼୍ୟାମ କୁ ଯିବା ପାଇଁ ପିଚୁ ରାସ୍ତା ଥିବା ବେଳେ ବର୍ତ୍ତମାନ ସେହି ରାସ୍ତା ଟି ବିପଦ ସଙ୍କଟ ପୂର୍ଣ , ରାସ୍ତା ର ଉଭୟ ପାର୍ଶ୍ଵ ରେ ବଡ ବଡ ଦୁଇଟି ବିରାଟ ଗାତ ହୋଇଥିବାବେଳେ ମଝିରେ କେବଳ ବାଇକ ଯିବା ପାଇଁ ରାସ୍ତା ରହିଛି ତାହାମ ଭିତରୁ ଫମ୍ପା କେବଳ ଉପରେ ପିଚୁ ଚଦର ଉପରେ ଲୋକେ ବାଇକ ରେ ଯିବା ଆସିବା କରୁଛନ୍ତି ତାହା ମଧ୍ୟ ଅତି ଶୀଘ୍ର ଭାଙ୍ଗି ଯିବ କିନ୍ତୁ କୌଣସି ବାଇକ ଯିବା ସମୟରେ ଭାଙ୍ଗି ଗଲେ ବଡ ଅଘଟଣ ଘଟିବ ବୋଲି ସ୍ଥାନୀୟ ଲୋକ ଜଣାଇଛନ୍ତି। ତେବେ ଡ଼୍ୟାମକୁ ଯିବା ପାଇଁ ଏହା ଏକ ଅନ୍ୟତମ ରାସ୍ତା ହୋଇଥିବା ବେଳେ ବହୁ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ତେବେ ରାତ୍ରି ସମୟ ରେ ଯଦି କୌଣସି ବାଇକ କିମ୍ବା ଚାରି ଚକିଆ ଯାନ ଯିବାଆସିବା କରେ ତେବେ ଅନ୍ଧକାରମୟ ସ୍ଥାନ କୁ ବିପଦସଂକୁଳ ରାସ୍ତା ର ଗାତ ଭିତରେ ଯାନବାହନ ଗଳି ପଡି ବଡ ଅଘଟଣ ଘଟିବାର ସମ୍ଭାବନା ରହିଛି ତେଣୁ ସ୍ଥାନୀୟ ଲୋକେ ରାସ୍ତାଟି କୁ ଶୀଘ୍ର ମରାମତି ପାଇଁ ଦାବି କରିଛନ୍ତି
ରିପୋର୍ଟ -ଗଗନ ଗନ୍ତାୟତ,

LEAVE A REPLY

Please enter your comment!
Please enter your name here