ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ପାଠ୍ୟଚକ୍ର ଅନୁଷ୍ଠିତ

0
671

ପୁରୁଷୋତ୍ତମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଗଞ୍ଜାମ ଶିକ୍ଷା ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରସ୍ଥ ତାରାତାରିଣୀ ମହାବିଦ୍ୟାଳୟରେ ଅଧକ୍ଷ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକଙ୍କ ଅଧକ୍ଷତାରେ ଏକ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି | ଏହି ପାଠ୍ୟଚକ୍ରର ବିଷୟବସ୍ତୁ ଥିଲା “ପ୍ରକଳ୍ପ ପଦ୍ଧତି” ଦ୍ୱାରା ବ୍ୟବହାରିକ ଜ୍ଞାନର ଅଭିଜ୍ଞତା କରାଯାଇପାରେ | ଏହି କାର୍ଯ୍ୟକ୍ରମରେ ପ୍ରସାଶନିକ ଅଧିକାରୀ ଶ୍ରୀ ସୁଦର୍ଶନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଭାଗୀୟ ମୁଖ୍ୟ ଡ଼କ୍ଟର ଗାୟତ୍ରୀ ଦାସ ସ୍ୱାଗତ ଭାଷଣ ଦେଇ ନୂତନ ଛାତ୍ରୀଛାତ୍ରମାନଙ୍କୁ ସ୍ୱାଗତ ଜଣାଇଥିଲେ | ବିଭାଗର ଅନ୍ୟାନ୍ୟ ଅଧ୍ୟାପିକା ହରପ୍ରିୟା ନାୟକ,ଦୀପ୍ତିମୟୀ ସାହୁ ଓ ମଞ୍ଜୁଲତା ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଅଧ୍ୟାପିକା ଦୀପ୍ତିମୟୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାକମ୍ବରୀ ସାହୁ,ସ୍ମୃତିରାଣୀ ସାହୁ ଓ ସୁମିତ ରାଉଳ ପ୍ରମୁଖ ପ୍ରକଳ୍ପ ଉପସ୍ଥାପନା କରିଥିଲେ | ପୂଜାରାଣୀ ବେହେରା ସମ୍ପାଦକୀୟ ବିବରଣୀ ପାଠକରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here