ପିଲାମାନଙ୍କ ସହ ଦୀପାବଳି ପାଳନ କଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

0
640

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିଆରା ଦୀପାବଳି ପାଳନର ଆହ୍ୱାନ ପରେ ଆଜି ଦେଖିବାକୁ ମିଳିଥିଲା ଭିନ୍ନ ଓ ସୁନ୍ଦର ଦୃଶ୍ୟ | ରାଜ୍ୟର କୋଣ ଅନୁକୋଣରେ ଜିଲ୍ଲାପାଳ ଓ ଏସପି ଶିଶୁ ସୁରକ୍ଷା କେନ୍ଦ୍ର ସହ ସ୍ଵଧାର ଗୃହରେ କୁନି ଶିଶୁ, ଭିନ୍ନକ୍ଷମ ଓ ଅସହାୟ ମହିଳାଙ୍କ ସହ ଦୀପାବଳି ପାଳିଥିବାବେଳେ ଏଥିରୁ କିଭଳି ବା ବାଦ ପଡିଥାନ୍ତେ ଦୁଇ ବରିଷ୍ଠ ଅଧିକାରୀ |

ଭିନ୍ନକ୍ଷମ ପିଲାମାନଙ୍କ ସହ ଦୀପାବଳି ପାଳନ କଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରାପାଠୀ । ଚେତନା ମାନସିକ ଭିନ୍ନକ୍ଷମ ମହାବିଦ୍ୟାଳୟର ଭିନ୍ନକ୍ଷମ ପିଲାମାନଙ୍କୁ ମିଠା ବାଣ୍ଟି, ଦୀପ ଲଗାଇ ଦୀପାବଳି ପାଳନ କରିଛନ୍ତି । ସମାଜସେବୀମାନଙ୍କ ଦ୍ୱାରା ନିଆଯାଉଥିବା ଏଭଳି ପଦକ୍ଷେପକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ସହ ସରକାର ସେମାନଙ୍କ ସାହାଯ୍ୟ ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ଦିନରେ ସରକାରଙ୍କର ସହଯୋଗ ସେମାନଙ୍କ ପ୍ରତି ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ଅନ୍ୟପଟେ ପୋଲିସ ପରିବାର ସହ ଦୀପାବଳି ପାଳନ କଲା ପୋଲିସ । ଆଜି ରିଜର୍ଭ ବାଟାଲିୟଲରେ କୁନିକୁନି ପିଲା ମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ପୋଲିସ ଡିଜି ଓ କଟକ ଭୁବନେଶ୍ୱର କମିଶନର ସହ ଭୁନେଶ୍ୱରର ଡିସିପିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଛୋଟ ପିଲାଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ସହ ମିଶି ପୋଲିସ ଅଧିକାରୀ ମାନେ ବାଣ ଫୁଟାଇଥିଲେ । ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏସପି ମାନଙ୍କୁ ଲୋକଙ୍କୁ ନିକଟକୁ ଯାଇ ଦୀପାବଳି ପାଳନ କରାଯିବା ନେଇ ଏକ ନୂଆ ପଦକ୍ଷେପ ନିଆଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ।

LEAVE A REPLY

Please enter your comment!
Please enter your name here