ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0
235

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମଧ୍ୟରେ ଥିବା ଏକ ଖେଳ ପଡିଆ ନିକଟରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଏକ ଶାଗୁଆନ ଗଛ ରେ ଝୁଲୁଥବା ଅବସ୍ଥାରେ ଫିରିଙ୍ଗିଆ ପୋଲିସ ଉଦ୍ଧାର କରିଛି l ଉକ୍ତ ପଡିଆକୁ ଖେଳିବା ପାଇଁ ଆସିଥିବା ପିଲା ମାନେ ଶବ ଟି ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଗ୍ରାମରେ ଆସି କହିବା ପରେ ଗ୍ରାମର କିଛି ବ୍ୟକ୍ତି ପୋଲିସ କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଙ୍କ ସହ ତାଙ୍କ ଟିମ ପହଂଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି l ତେବେ ଯୁବକ ଜଣକ ଦୀର୍ଘ ଚାରି ବର୍ଷ ହେଲା ଫିରିଙ୍ଗିଆ ଠାରେ ଏକ ହୋଟେଲ ରେ କାମ କରିବା ସହ ଗାଡି ଡ୍ରାଇଭର ଭାବରେ କାମ କରୁଥିଲେ ବୋଲି ଜଣା ପଡିଛି l ତେବେ ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡୁଥିବା ବେଳେ ପୋଲିସ ଘଟଣା କୁ ଗୁରୁତର ସହ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି l ଅନ୍ୟପଟେ ଯୁବକ ଜଣକ ଫିରିଙ୍ଗିଆ ସହରରେ କାଳିଆ ନାଁରେ ପରିଚିତ ଥିବା ବେଳେ ତାଙ୍କର ଅସଲ ପରିଚୟ ଜଣା ପଡ଼ିନାହିଁ l ତେବେ ଯୁବକ ଟି କେଉଁ ଅବସ୍ଥାରେ ଆତ୍ମହତ୍ୟା କରିଛି ତାହା ତଦନ୍ତ ସାପେକ୍ଷ l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here