ଟୁଟୁଗୁଡା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି କୁ ନେଇ ବିବାଦ

0
263

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଟୁଟୁଗୁଡା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି କୁ ନେଇ ବିବାଦ ସୃଷ୍ଟି ହୋଇଛି l ଗ୍ରାମର ଅଧିକାଂଶ ଲୋକ ବର୍ତ୍ତମାନ ର ପରିଚାଳନା କମିଟି କୁ ପୁଣି ପରିଚାଳନା ଦାୟିତ୍ୱ ଦେବା ପାଇଁ ମତ ଦେଇଥିବା ବେଳେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଙ୍କ ବିରୋଧ ଯୋଗୁଁ ସ୍କୁଲ ପରିଚାଳନା ରେ ବାଧା ସୃଷ୍ଟି ହେଉଛି l ବିଦ୍ୟାଳୟ ଟି 1952 ମସିହାରେ ସ୍ଥାପନ କରାଯାଇଥିବା ବେଳେ ବର୍ତ୍ତମାନ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ 84 ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟ ରେ ଅଧ୍ୟୟନରତ ଅଛନ୍ତି l ବିଦ୍ୟାଳୟ ରେ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ହୋଇଛନ୍ତି l ତେଵେ ବର୍ତ୍ତମାନ ନୂତନ ବିଦ୍ୟାଳୟ କମିଟି ଗଠନ ପାଇଁ ଚିଠି ହୋଇଥିବା ବେଳେ ଗ୍ରାମବାସୀ ବର୍ତ୍ତମାନ କାର୍ଯ୍ୟରତ କମିଟି କୁ ପୁଣି ଦାୟିତ୍ୱ ଦେବାପାଇଁ ମନସ୍ତ କରିଛନ୍ତି l କିନ୍ତୁ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ପରିଚାଳନା କମିଟି ଗଠନ କୁ ବିରୋଧ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏପରିକି ଯେଉଁ ବ୍ୟକ୍ତିମାନେ ବିରୋଧ କରୁଛନ୍ତି ସେମାନଙ୍କ କୌଣସି ସନ୍ତାନ ସନ୍ତତି ମଧ୍ୟ ବିଦ୍ୟାଳୟ ରେ ଅଧ୍ୟୟନ କରୁନାହାଁନ୍ତି l କିଛି ଗଣମାଧ୍ୟମ କୁ ହାତବାରିସୀ କରି ଉକ୍ତ ବ୍ୟକ୍ତିମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ଖବର ପ୍ରସାରଣ କରିବା ସହ ବିଦ୍ୟାଳୟ ଟିକୁ ବଦନାମ କରୁଥିବା ପରିଚାଳନା କମିଟି ସଭାପତି ପାସ୍କେଲ୍ ମଳିକ କହିଛନ୍ତି l ବିଦ୍ୟାଳୟ ର ସମସ୍ତ ନଥିପତ୍ର ଠିକ ଥିବାସହ କରୋନା ସମୟରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ମଧ୍ୟ ଠିକ୍ ଭାବେ ବଣ୍ଟନ କରାଯାଇଥିବା ରେକର୍ଡ ରେ ରହିଛି l ଏଭଳିକି ଅନ୍ ଲାଇନ୍ କ୍ଲାସ ପାଇଁ ଗ୍ରାମରେ ନେଟୱର୍କ ନାହିଁ କି ଲୋକଙ୍କ ପାଖରେ ମୋବାଇଲ ମଧ୍ୟ ନାହିଁ ତେଣୁ ଶିକ୍ଷକ / ଶିକ୍ଷୟତ୍ରୀ ମାନେ ବିଭିନ୍ନ ପାଠ୍ୟ ସମ୍ବନ୍ଧୀୟ ବିଷୟ ମୋବାଇଲ ରେ ଡାଉନ୍ ଲୋଡ଼ କରି ବିଦ୍ୟାଳୟ କୁ ଆଣି ପିଲାଙ୍କୁ ଶିକ୍ଷାଦାନ କରିଥାନ୍ତି l ବର୍ତ୍ତମାନ ଟୁଟୁଗୁଡା ଏବଂ ଗୋଚ୍ଛାଗୁଡା ଗ୍ରାମର 700ରୁ ଉର୍ଦ୍ଧ ଜନସାଧାରଣ ଶିକ୍ଷାକ୍ଷେତ୍ର ରେ ଏହି ବିଦ୍ୟାଳୟ ଉପରେ ନିର୍ଭରଶୀଳ, ତେଣୁ ବ୍ୟକ୍ତିଗତ ଶତ୍ରୁତା କାରଣ ରୁ ପିଲାଙ୍କ ଭବିଷ୍ୟତ ଗଢ଼ୁଥିବା ବିଦ୍ୟାଳୟ ଟିକୁ ବଦନାମ ନକରିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି l ସୂଚନା ପ୍ରକାରେ ପୂର୍ବରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାୟିତ୍ୱ ରେ ଥିବା ଜୟଦେବ ନାୟକ ଙ୍କ 2021 ସେପ୍ଟେମ୍ବର 19 ତାରିଖ ରେ ମୃତ୍ୟୁ ହୋଇସାରିଛି ତା ପରଠାରୁ ମହେନ୍ଦ୍ର କୁମାର ନାୟକ ପ୍ରଧାନ ଶିକ୍ଷକ ଦାୟିତ୍ୱ ରେ ଅଛନ୍ତି l ଅନ୍ୟ ଦୁଇଜଣ ଶିକ୍ଷକ ପତିତପାବନ ଦାସ ଏବଂ ଦିଲ୍ଲୀପ କୁମାର ପାଢ଼ୀ ଙ୍କ ଯଥାକ୍ରମେ କୁଙ୍କୁଣୀ ଏବଂ ମୁଡୁମୁଢ଼ିଆ ବିଦ୍ୟାଳୟ କୁ 2021 ଅକ୍ଟୋବର 31ତାରିଖ ରେ ପଦୋନ୍ନତି ସହ ବଦଳି ହୋଇଛି l ଏଭଳି କ୍ଷେତ୍ର ରେ ନୂତନ ଭାବେ ବିଦ୍ୟାଳୟ ରେ କାର୍ଯ୍ୟ ରେ ଯୋଗ ଦେଇଥିବା ଶିକ୍ଷକ ମାନେ ମାନସିକ ଚାପ ର ଶିକାର ହେଉଛନ୍ତି l ଆଗାମୀ ଦିନରେ ଉକ୍ତ ବ୍ୟକ୍ତିମାନେ ପୁଣି ଯଦି ଏଭଳି କାର୍ଯ୍ୟ କରନ୍ତି ତେଵେ ଗ୍ରାମବାସୀ ଆଇନ ର ଆଶ୍ରୟ ନେବେବୋଲି କହିଛନ୍ତି l ସମସ୍ୟା ନେଇ ମୋହନା ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରା ଙ୍କ ସହ ଯୋଗାଯୋଗ କରିବାରୁ ଏକ ସପ୍ତାହ ମଧ୍ୟରେ ସମସ୍ୟା ର ସମାଧାନ କରାଯିବ ବୋଲି ସେ କହିଛନ୍ତି l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here